ସେଭିଂ ଆକାଉଣ୍ଟସ୍‌ରେ ସର୍ବନିମ୍ନ ଜମା ମାମଲା: ଜରିମାନା ହ୍ରାସ କଲା ଏସବିଆଇ

ମୁମ୍ବାଇ: ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ସେଭିଂ ଆକାଉଣ୍ଟସରେ ସର୍ବନିମ୍ନ ଜମା ନ ରଖିଲେ ଯେଉଁ ଟଙ୍କା ଆଦାୟ କରୁଥିଲା, ତାକୁ ହ୍ରାସ କରିବାକୁୁ ଯାଉଛି।। ଫଳରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ତାର ୨୫ କୋଟି ଖାତାଧାରକଏହା ଦ୍ୱାରା ଉପକୃତ ହୋଇ ପାରିବେ।। ନୂଆ ଚାର୍ଜ ଏପ୍ରିିଲ ପହିଲାରୁ ଲାଗୁ ହେବ ବୋଲି ଷ୍ଟେଟବ୍ୟାଙ୍କ ପକ୍ଷରୁ କୁହାଯାଇଛିି।
ସୂଚନାଯୋଗ୍ୟ ଯେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ମୋଟ୍‌ ୪୧ କୋଟି ଖାତାଧାରକ ଅଛନ୍ତି। ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ବେସିକ ସେଭିଙ୍ଗ ଆକାଉଣ୍ଟରେ ୧୬ କୋଟି ଖାତାଧାରକ ଅଛନ୍ତିି। ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏହି ଜନଧନ ଯୋଜନା, ପେନ୍‌ସନର୍ସ ଆକାଉଣ୍ଟ, ମାଇନର୍ସ ଓ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ଏହି ସର୍ବନିମ୍ନ ଜମା ରଖିବା ଯୋଜନାରୁ ବାଦ ଦିଆଯାଇଛିି।ଏତଦ୍‌ବ୍ୟତୀତ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟସକୁ ମଧ୍ୟଏହି ଯୋଜନାରୁ ବାଦ ଦିଆଯାଇଛି ି।ତେଣୁ ଅବଶିଷ୍ଟ ୨୫ କୋଟି ବ୍ୟାଙ୍କ ଖାତାଧାରକମାନଙ୍କୁ ସୁବିଧା ଦେବା ପାଇଁ ଷ୍ଟେଟବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ଜମା ରାଶି ନ ରଖିଲେ ଯେଉଁ ଅର୍ଥ ଆଦାୟ ହେଉଥିଲା, ସେଥିରେ ହ୍ରାସ କରାଯାଇଛିି।
ଷ୍ଟେଟବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ମେଟ୍ରୋ ଓ ସହରାଞ୍ଚଳର ଖାତାଧାରକମାନଙ୍କ ଠାରୁ ପୂର୍ବରୁ ଯେଉଁ ୫୦ ଟଙ୍କା ସହିତ ଜିଏସଟି ଆଦାୟ କରାଯାଉଥିଲା, ଏପ୍ରିଲ ପହିଲାରୁ ଏହା ହ୍ରାସ କରାଯାଇ ୧୫ଟଙ୍କା ସହିତ ଜିଏସଟି ଆଦାୟ କରାଯିବ। ସେହିପରି ସେମି ସହରାଞ୍ଚଳରେ ୪୦ ଟଙ୍କା ବଦଳରେ ୧୨ଟଙ୍କା ଓ ଗ୍ରାମାଞ୍ଚଳରେ ୧୦ ଟଙ୍କା ସହିତ ଜିଏସଟି ଆଦାୟ କରଯିବ ବୋଲି ଯେଉଁ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର