ଏସ୍‌ବିଆଇ ଡେବିଟ୍‌ କାର୍ଡ ଗ୍ରାହକ ଏହି ସହଜ ଉପାୟରେ କରନ୍ତୁ ପିନ୍‌ ଜେନେରେଟ୍‌

ମୁମ୍ବାଇ: ଏଟିଏମ୍‌ ପିନ୍‌ ବା ଗ୍ରୀନ୍‌ ପିନ୍‌ ଜେନେରେଟ୍‌ କରିବା ବେଳେ ଆପଣ କେବେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି? ସାଧାରଣତଃ ପିନ୍‌ ଜେନେରେଟ୍‌ କରିବା ବେ‌ଳେ ଗ୍ରାହକଙ୍କୁ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

 

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ପକ୍ଷରୁ ଏକ ଟ୍ବିଟ୍‌ କରାଯାଇ ସହଜ ଉପାୟରେ ଗ୍ରୀନ ପିନ୍‌ ବା ଏଟିଏମ୍‌ ପିନ୍ କିପରି ଜେନେରେଟ୍‌ କରିହେବ ସେ ସଂପର୍କରେ ସୂଚନା ଦିଆଯାଇଛି। ଏହି ଟ୍ବିଟ୍‌ରେ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଦିଆଯାଇଛି। ଏହି ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କରି ପିନ୍‌ ଜେନେରେଟ୍‌ କରିହେବ ବୋଲି ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏକ ଭିଡିଓ ଜାରି କରି ଏସ୍‌ବିଆଇ ଡେବିଟ୍‌ କାର୍ଡ ପିନ୍‌ ବା ଗ୍ରୀନ୍‌ ପିନ୍‌ ସଂପର୍କରେ ସୂଚନା ଦିଆଯାଇଛି।

 

 

 

 

ସମ୍ବନ୍ଧିତ ଖବର