ଡେବିଟ୍ କାର୍ଡ ବନ୍ଦ କରିବା ଯୋଜନା ନାହିଁ: ଷ୍ଟେଟ୍‌ ବ୍ୟାଙ୍କ

ଜୟପୁର : ଡେବିଟ୍‌ କାର୍ଡକୁ ବନ୍ଦ କରିବାର କୌଣସି ଯୋଜନା ନାହିଁ ବୋଲି ବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର ସ୍ପଷ୍ଟ କରିଛନ୍ତି। ସେ କହିଲେ, ଆସନ୍ତା ୧୮ ମାସ ଭିତରେ ଆମେ ଦେଶରେ ୧୦ ଲକ୍ଷ ୟୋନୋ କ୍ୟାସ୍‌ ପଏଣ୍ଟ୍‌ ସ୍ଥାପନ କରିବାକୁ ଯୋଜନା ରଖିଛୁ। ଡିଜିଟାଲ୍ ପ୍ଲାଟଫର୍ମର ବ୍ୟବହାର ବଢ଼ିବା ପରେ ଆପେ ଆପେ ଡେବିଟ୍ କାର୍ଡର ବ୍ୟବହାର କମିଯିବ ବୋଲି ସେ କହିଛନ୍ତି। ୟୁନୋ ହେଉଛି ଷ୍ଟେଟ୍‌ ବ୍ୟାଙ୍କର ଡିଜିଟାଲ୍ ମୋବାଇଲ୍‌ ଆପ୍। ଏହାକୁ ସ୍ମାର୍ଟଫୋନ୍‌ରେ ବ୍ୟବହାର କରି ଗ୍ରାହକମାନେ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ପେମେଣ୍ଟ୍‌ କରିବା ଏବଂ ଅନ୍ୟ ବିଭିନ୍ନ ପ୍ରକାର କାରବାର କରିପାରୁଛନ୍ତି। ଡେବିଟ୍‌ କାର୍ଡର ବ୍ୟବହାର ବନ୍ଦ ହୋଇଯିବ ବୋଲି ଆଜି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦେଇ ‌ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ କହିଛନ୍ତି ଯେ, ଡେବିଟ୍ କାର୍ଡ ବନ୍ଦ କରିବାର କୌଣସି ଯୋଜନା ନାହିଁ।

ସମ୍ବନ୍ଧିତ ଖବର