ଭଗବାନପୁରକୁ ଡିଜିଟାଲ ଗ୍ରାମ ଘୋଷଣା କଲା ଏସ୍‌ବିଆଇ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପରିଚାଳକ ପ୍ରବୀନା କାଲା କଳିଙ୍ଗନଗର ଭଗବାନପୁରକୁ ଏସ୍‌ବିଆଇର ଡିଜିଟାଲ ଗ୍ରାମ ଭାବେ ଆଜି ଘୋଷଣା କରିଛନ୍ତି। ଆକାଉଣ୍ଟରେ ଆଧାର ଯୋଡ଼ିବା ଏବଂ ୟୋନୋ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ କାରବାରର ସୁବିଧା ପାଇଁ ଗ୍ରାମବାସୀମାନଙ୍କୁ ୨୦ଟି ସ୍ମାର୍ଟଫୋନ୍‌ ଓ ବାୟୋମେଟ୍ରିକ୍‌ ଅଥେନ୍ଟିକେଟର ଶ୍ରୀମତୀ କାଲା ବଣ୍ଟନ କରିଛନ୍ତି। ବ୍ୟାଙ୍କର ବିଭିନ୍ନ ସୁବିଧା ଉପଯୋଗ କରି ରୋଜଗାର ବଢ଼ାଇବା ଉପରେ ଗ୍ରାମର ମହିଳାମାନଙ୍କୁ ଶ୍ରୀମତୀ କାଲା ବୁଝାଇଥିଲେ। ଏହି ଅବସରରେ ଝିଅମାନଙ୍କୁ ୫୦ଟି ସୁକନ୍ୟା ସମୃଦ୍ଧି ପାସ୍‌ବୁକ୍‌, ବ୍ୟାଙ୍କର ପେନ୍‌ସନ୍‌ଭୋଗୀ ମାନଙ୍କୁ ୨୫ଟି ଛତା, ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ଏକ ପାନୀୟଜଳ ବିଶୋଧକ ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ବ୍ୟାଙ୍କର ମହା ପରିଚାଳକ ସୁଧୀର ଥାକୋରେ, ଉପ ମହାପରିଚାଳକ ଆର. କେ. ସିହ୍ନା, ଗୌତମ ରାୟ ଏବଂ ଆଞ୍ଚଳିକ ପରିଚାଳକ ପି. କେ. ତ୍ରିପାଠୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର