ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିଛି ତେବେ ଆପଣଙ୍କ ପାଖକୁ ବ୍ୟାଙ୍କ ପକ୍ଷରୁ ଏକ ଏସ୍‌ଏମ୍‌ଏସ୍‌ ଆସୁଥିବ, ଯେଉଁଥିରେ ଜମାଖାତାରୁ ୧୪୭ .୫୦ ପଇସା କଟି ଯାଇଥିବା ସମ୍ପର୍କରେ ସୂଚିତ ହେଉଥିବ। ତେବେ ଏହି ଟଙ୍କା କାହିଁକି କଟିଲା ସେ ସମ୍ପର୍କରେ କୌଣସି ତଥ୍ୟ ନଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ..

Advertisment

publive-image

ତେବେ ଆପଣଙ୍କ ଜମା ଖାତାରୁ ୧୪୭.୫୦ ପଇସା ଏଟିଏମ ଆନୁଆଲ ଚାର୍ଜ ପ୍ଲସ୍‌ ଜିଏସ୍‌ଟି ସହିତ ମିଳିତ ଭାବେ କଟାଯାଇଥାଏ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଏସ୍‌ବିଆଇ ନିଜ ସେବା ଶୁଳ୍କରେ ପରିବର୍ତ୍ତନ ଆଣିଥିବା ସମ୍ପର୍କରେ ସୂଚନା ଜାରି କରିଥିଲା। ଏହି ସୂଚନା ପରେ ଜମାକାରୀଙ୍କ ଖାତାରୁ ୧୪୭.୫୦ ପଇସା କାଟି ଦିଆଯାଉଛି। ଏହା ପ୍ରତିବର୍ଷ କଟିଥାଏ। ଏହି ଚାର୍ଜକୁ ଗତବର୍ଷ ବୃଦ୍ଧି କରାଯାଇଥିଲା। ବିଭିନ୍ନ କାର୍ଡ ଉପରେ ସେବା ଶୁଳ୍କ ଅଲଗା ଅଲଗା ରହିଛି। ଉଦାହରଣ ସ୍ୱରୂପ- ଗୋଲ୍ଡ କାର୍ଡ ପାଇଁ ଅଲଗା ଶୁଳ୍କ ଓ ସିଲଭର କାର୍ଡ ପାଇଁ ଅଲଗା।

publive-image

ଯଦି ଆପଣଙ୍କର ଏହି ଶୁଳ୍କ କାଟିବା ନେଇ କୌଣସି ଅଭିଯୋଗ ଅଛି ତେବେ ‘‘UNHAPPY’ ଲେଖି ୮୦୦୮୨୦୨୦୨୦କୁ ପଠାଇ ପାରିବେ। ଏତଦ୍‌ବ୍ୟତୀତ ଅନ୍‌ଲାଇନ୍‌ ବି ଅଭିଯୋଗ କରି ପାରିବେ। ଅଭିଯୋଗ କରିବାର ୧୦ଦିନ ମଧ୍ୟରେ ବ୍ୟାଙ୍କ ଆପଣଙ୍କ ଅଭିଯୋଗର ଉତ୍ତର ଦେବ। ଯଦି ଏପରି କରିବାରେ ବ୍ୟାଙ୍କ ଅସଫଳ ହୁଏ ତେବେ ଆପଣ ନୋଡଲ ଅଫିସର ଓ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଚେୟାରମ୍ୟାନ୍‌ଙ୍କ ନିକଟରେ ନିଜର ଅଭିଯୋଗ ଜଣାଇ ପାରିବେ।