ମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକମାନଙ୍କୁ ଘରେ ବସି ଡିଜିଟାଲ୍ ଆକାଉଣ୍ଟ ଖୋଲିବାର ସୁବିଧା ପ୍ରଦାନ କରୁଛି। ଏଥିପାଇଁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ବ୍ୟାଙ୍କ୍ ଓଏବ୍ସାଇଟ୍କୁ ଯାଇ ଏହି ଆକାଉଣ୍ଟ୍ ଖୋଲାଯାଇ ପାରିବ। ଓଏବ୍ସାଇଟ୍ରେ ବି ଖୋଲାଯାଇ ପାରିବ, ନାଇତ SBI YONO ଆପ୍ ଜରିଆରେ ବି ଏହି ଆକାଉଣ୍ଟ୍ ଖୋଲିପାରିବେ।
ଜଣେ ବ୍ୟକ୍ତି ମାତ୍ର ଗୋଟିଏ ଡିଜିଟାଲ୍ ଆକାଉଣ୍ଟ୍ ଖୋଲିପାରିବେ। ଏହି ଡିଜିଟାଲ୍ ଆକାଉଣ୍ଟ୍ରେ ଜଏଣ୍ଟ୍ ଆକାଉଣ୍ଟ୍ ଖୋଲିବାର ସୁବିଧା ନାହିଁ।
ସର୍ବନିମ୍ନ ୨୫୦୦୦ ଟଙ୍କା ଆକାଉଣ୍ଟ୍ରେ ରଖୁଥିବା ଗ୍ରାହକମାନଙ୍କୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ସେବା ଚାର୍ଜ କମ୍ ଲାଗିପାରେ।
/sambad/media/post_attachments/wp-content/uploads/2018/12/download-3-22.jpg)
ଖାତା ଖୋଲିବା ପରେ ଗ୍ରାହକଙ୍କୁ ମାଗଣାରେ ପ୍ଲାଟିନମ୍ ଡେବିଟ୍ କାର୍ଡ ଦିଆଯିବ। ଅବଶ୍ୟ ଗ୍ରାହକଙ୍କୁ କୌଣସି ପାସ୍ବୁକ୍ ମିଳିବ ନାହିଁ। ମାତ୍ର ଇମେଲ୍ ଜରିଆରେ ଅଡିଓ ଭିଜୁଆଲ୍ ପ୍ରେରଣ କରାଯିବ।
୧୮ ବର୍ଷ ହୋଇଯାଇଥିଲେ ଭାରତର କୌଣସି ବି ନାଗରିକ ଏହି ଆକାଉଣ୍ଟ୍ ଖୋଲିପାରିବେ। ଆକାଉଣ୍ଟ୍ ଖୋଲିବା ପାଇଁ ଆଧାର ନମ୍ବର, ପ୍ୟାନ ନମ୍ବର ଓ ମୋବାଇଲ୍ ନମ୍ବର ଜରୁରି। ଗୋଟିଏ ମୋବାଇଲ୍ ନମ୍ବର ଓ ଗୋଟିଏ ଇ-ମେଲ୍ରେ କେବଳ ମାତ୍ର ଗୋଟିଏ ଆକାଉଣ୍ଟ୍ ଖୋଲାଯାଇ ପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/700557-660321-sbi-reuters.jpg)