ଆପଣଙ୍କର ଷ୍ଟେଟ୍‌ ବ୍ୟାଙ୍କ୍‌ରେ ଦରମା ଆକାଉଣ୍ଟ୍‌ ରହିଛି କି? ଆପଣଙ୍କ ପାଇଁ ଉପଲବ୍ଧ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ଜାତୀୟକରଣ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ସର୍ବଦା ତା’ର ଖାତାଧାରକଙ୍କ ସୁବିଧା ପାଇଁ ଅନେକ ସୁବିଧା ଆଣିଥାଏ । ଏହି କ୍ରମରେ ଏବେ ଷ୍ଟେଟବ୍ୟାଙ୍କ ତା’ର ଦରମା ଖାତାଧାରୀଙ୍କ ପାଇଁ କିଛି ସୁବିଧା ଘୋଷଣା କରିଛି ।

ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ୱେବସାଇଟ ମୁତାବକ ଦରମା ଖାତା ଖୋଲିଥିବା ଖାତାଧାରକଙ୍କୁ କାର ଋଣ, ବ୍ୟକ୍ତିଗତ ଋଣ , ଗୃହ ଋଣ, ଶିକ୍ଷା ଋଣ ଉପରେ ସୁବିଧା ଯୋଗାଇ ଆସୁଛି । ଏହାବ୍ୟତୀତ ଏବେ ପୁଣି କିଛି ସୁବିଧା ଘୋଷଣା କରାଯାଇଛି ।

ଏସବିଆଇ ତା’ର ଦରମା ଖାତାଧାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨୦ ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଇବ।
ଏସବିଆଇର ୱେବସାଇଟ୍ ମୁତାବକ ଯଦି କୌଣସି ଦରମା ଖାତାଧାରୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ ତେବେ ତା’ର ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କାର ବୀମାରାଶି ମିଳିବ।
ଯଦି କୌଣସି ଦରମା ଖାତାଧାରୀ ଷ୍ଟେଟବ୍ୟାଙ୍କରୁ ବ୍ୟକ୍ତିଗତ ଋଣ, ଗୃହ ଋଣ କିମ୍ବା କାର ଋଣ ନିଅନ୍ତି ତାହେଲେ ବ୍ୟାଙ୍କ ତରଫରୁ ୫୦ ପ୍ରତିଶତ ଋଣ ପ୍ରୋସେସିଂ ଚାର୍ଜ ଛାଡ କରିବ ବୋଲି ଘୋଷଣା କରିଛି ଏସବିଆଇ ।
ଯଦି ଜଣେ ଦରମା ଖାତାଧାରୀ ଆବଶ୍ୟକସ୍ଥଳେ ଓଭରଡ୍ରାଫ୍ଟ କରିବାକୁ ଚାହିଁବ ତେବେ ବ୍ୟାଙ୍କ ତରଫରୁ ତାଙ୍କୁ ଅଗ୍ରୀମ ଆକାରରେ ୨ ମାସର ଦରମା ମିଳିପାରିବ ।
ଯଦି ଆପଣ ଏସବିଆଇରେ ଦରମା ଆକାଉଣ୍ଟ ଖୋଲୁଛନ୍ତି ବା ଆପଣଙ୍କର ଦରମା ଆକାଉଣ୍ଟ ରହିଛି ତେବେ ଆପଣ ୨୫ ପ୍ରତିଶତ ରିହାତିରେ ଷ୍ଟେଟବ୍ୟାଙ୍କର ଲକର ବ୍ୟବହାର କରିପାରିବେ ।
ଏହା ବ୍ୟତୀତ ବ୍ୟଙ୍କ ତରଫରୁ ଦରମା ଖାତାଧାରୀଙ୍କୁ ମାଗଣାରେ ଏସଏମଏସ ସୂଚନା, ଫ୍ରି ଅନଲାଇନ ଟ୍ରାନଜାକ୍ସନ, କୌଣସି ବ୍ୟାଙ୍କର ଏଟିଏମରୁ ଅସୀମିତ ଅର୍ଥ କାରବାର, ମଲ୍ଟିସିଟି ଚେକ୍ ଭଳି ସୁବିଧା ପୂରା ମାଗଣାରେ ପାଇପାରିବେ ।

ସମ୍ବନ୍ଧିତ ଖବର