ତୁରନ୍ତ ନେଣଦେଣ ଉପରେ ଶୁଳ୍କ ହ୍ରାସ କଲା ଏସ୍‌ବିଆଇ: ଜାଣନ୍ତୁ ହ୍ରାସର ପରିମାଣ କେତେ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାହକଙ୍କ ପାଇଁ ଏକ ଖୁସି ଖବରର ଘୋଷଣା କରିଛି। ଏଣିକି ଯଦି ଆପଣ ତୁରନ୍ତ ଟଙ୍କା ନେଣଦେଣ (ଆଇଏମ୍‌ପିଏସ୍‌)ର ବିକଳ୍ପ ଚୟନ କରି ଅନ୍‌ଲାଇନ୍‌ ଟଙ୍କା ନେଣଦେଣ କରିବେ ଅଧିକ ଲାଭ ପାଇବେ। ଆଇଏମ୍‌ପିଏସ ଅର୍ଥାତ୍‌ ତୁରନ୍ତ ଟଙ୍କା ନେଣଦେଣ ସମୟରେ ଲାଗୁଥିବା ଚାର୍ଜରେ ଏସ୍‌ବିଆଇ ୮୦ ପ୍ରତିଶତ ହ୍ରାସ କରି ଦେଇଛି।

ସୂଚନାଯୋଗ୍ୟ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୧୦୦୧ ଟଙ୍କାରୁ ନେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ ଉପରେ ୫ଟଙ୍କା + ଜିଏସ୍‌ଟି ଲାଗୁ କରିଥାଏ। ସେହିପରି ଏକଲକ୍ଷ ଟଙ୍କାରୁ ନେଇ ଦୁଇଲକ୍ଷ ପର୍ଯ୍ୟନ୍ତ ଆଇଏମପିଏସ୍‌ ଉପରେ ୧୫ଟଙ୍କା+ଜିଏସ୍‌ଟି ଚାର୍ଜ ପଡ଼ିଥାଏ। ଆଇଏମପିଏସ୍‌ ଏଭଳି ଏକ ସେବା ଯାହା ଉଭୟ ମୋବାଇଲ ଫୋନ୍‌ ଓ ଇଣ୍ଟରନେଟ ବ୍ୟାଙ୍କିଂ ଦୁଇଟି ମାଧ୍ୟରେ ବ୍ୟବହାର ହୋଇପାରିବ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୁଲାଇରେ ସ୍ୱଳ୍ପ ଡିଜିଟାଲ ନେଣଦେଣକୁ ବୃଦ୍ଧି କରିବା ପାଇଁ ୧,୦୦୦ଟଙ୍କା ପର୍ଯ୍ୟନ୍ତ ଆଇଏମପିଲଏସ ଶୁଳ୍କ ସମାପ୍ତ କରିଦେଇଛନ୍ତି। ଏହାପୂର୍ବରୁ ୧,୦୦୦ ପର୍ଯ୍ୟନ୍ତ ଆଇଏମପିଲଏସ ନେଣଦେଣ ଉପରେ ସେବାକର ସହିତ ଷ୍ଟେଟବ୍ୟାଙ୍କ ପ୍ରତି ନେଣଦେଣ ଉପରେ ୫ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ନେଉଥିଲା। ଏଥିସହିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ନିଜର ଗ୍ରାହକମାନଙ୍କ ଜମା ଖାତା ପାଇଁ ନ୍ୟୁନତମ ଜମା ରାଶିର ପରିମାଣକୁ ମଧ୍ୟ ହ୍ରାସ କରିଦେଇଛନ୍ତି। ଯାହାକି ଅକ୍ଟୋରବର ୧ ତାରିଖରୁ ଲାଗୁ ହେବାର ଯୋଜନା ରଖାଯାଇଛି। ଏହି ଘୋଷଣା ପୂର୍ବରୁ ନ୍ୟୁନତମ ରାଶି ୫,୦୦୦ଟଙ୍କା ଥିଲା, ଯାହାକୁ ଅକ୍ଟୋରବର ୧ରୁ ୩,୦୦୦ଟଙ୍କା କରିଦିଆଯିବ।

ସମ୍ବନ୍ଧିତ ଖବର