ସୁଧହାର ବଢାଇଲା ଷ୍ଟେଟ ବ୍ୟାଙ୍କ, ଜୁନ ୧ରୁ ଲାଗୁ ହେବ

ମୁମ୍ବାଇ :  ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ୍ (ଇବିଏଲଆର) ବୃଦ୍ଧି କରାଯାଇଛି । ବ୍ୟାଙ୍କ ପକ୍ଷରୁ ଗୃହଋଣ ଉପରେ ଇବିଏଲଆରକୁ ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି କରି ୭.୦୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏହା ୬.୬୫ ପ୍ରତିଶତ ଥିଲା । ଏହାସହିତ ରେପୋ ଲିଙ୍କଡ୍ ଲେଣ୍ଡିଂ ରେଟ୍ (ଆରଏଲଏଲଆର)କୁ ୬.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୬.୨୫ ପ୍ରତିଶତ ଥିଲା । ଏସବୁ ସୁଧ ସହିତ କ୍ରେଡିଟ ରିସ୍କ ପ୍ରିମିୟମ (ସିଆରପି) ଲାଗୁ ହେବ । ଭାରତୀୟ ଷ୍ଟେଟ ବ୍ୟାଙ୍କର ଓ୍ବେବ ସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ଜୁନ ୧ରୁ ଏହି ବର୍ଦ୍ଧିତ ସୁଧହାର ଲାଗୁ ହେବ ।

ଇବିଏଲଆର କ’ଣ ?

ଇବିଏଲଆରର ଅର୍ଥ ହେଉଛି ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ୍ । ରିଜର୍ଭ ବ୍ୟାଙ୍କ ଗତ ୧ ଅକ୍ଟୋବର ୨୦୧୯ରୁ ନିଜର ଗୃହଋଣ ସୁଧହାରକୁ ରିଜର୍ଭ ବ୍ୟାଙ୍କର ରେପୋ ହାର ସହ ସଂଯୁକ୍ତ କରିଛି । ଅର୍ଥାତ ରିଜର୍ଭ ବ୍ୟାଙ୍କ ରେପୋ ହାର ବଢାଇଲେ ବ୍ୟାଙ୍କ ନିଜର ଇବିଏଲଆର ବୃଦ୍ଧି କରିଥାଏ । ଏ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ଷ୍ଟେଟ ବ୍ୟାଙ୍କ ଏକ୍ସଟର୍ନାଲ ବେଞ୍ଚମାର୍କ ଭାବେ ଗ୍ରହଣ କରିଛି । ଚଳିତ ମାସ ୪ ତାରିଖରେ ରିଜର୍ଭ ବ୍ୟାଙ୍କ ରେପୋ ହାର ବୃଦ୍ଧି କରିଥିଲା ।

 

ସମ୍ବନ୍ଧିତ ଖବର