ଋଣ ସୁଧହାର ବଢାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ମାର୍ଜିନାଲ କଷ୍ଟ ଅଫ ଫଣ୍ଡସ ବେସଡ ଲେଣ୍ଡିଂ ରେଟ ବା ଏମସିଏଲଆର ୦.୧୦ ପ୍ରତିଶତ ବୃଦ୍ଧି କରିଛି । ଏହା ଫଳରେ ଷ୍ଟେଟ ବ୍ୟାଙ୍କର ଗୃହ, ଅଟୋ, ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏହି ବୃଦ୍ଧି ପରେ ଏକ ବର୍ଷର ମିଆଦ ପାଇଁ ଏସବିଆଇର ଏମସିଏଲଆର ୭.୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ହାର ଶୁକ୍ରବାରଠାରୁ ଲାଗୁ ହୋଇଛି । ରିଜର୍ଭ ବ୍ୟାଙ୍କର ପକ୍ଷରୁ ସୁଧହାର ବଢାଯିବା ପରେ ବିଭିନ୍ନ ବ୍ୟାଙ୍କ ନିଜର ସୁଧହାର ବଢାଇଚାଲିଛନ୍ତି ।

ଅନ୍ୟପକ୍ଷରେ  ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏନ୍ଆରଆଇ ଜମା ଉପରେ ସୁଧ ହାର ବୃଦ୍ଧି କରାଯାଇଛି । ବିଦେଶ ମୁଦ୍ରା ପ୍ରବାହକୁ କୋହଳ କରିବା ଲାଗି ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଜାରି କରିଥିବା ପରିପ୍ରେକ୍ଷୀରେ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନନ୍ ରେସିଡେଂଟ୍ ଏକ୍ସଟରନାଲ୍ (ଏନ୍ଆର୍ଇ) ବା ପ୍ରବାସୀ ବାହ୍ୟ ଜମା ଉପରେ ସ୍ୱତନ୍ତ୍ର ସୁଧ ହାର ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ପ୍ରବାସୀ ଗ୍ରାହକମାନେ ସେମାନଙ୍କ ୧ ବର୍ଷରୁ ୩ ବର୍ଷିଆ ଅବଧିର ଏନ୍ଆର୍ଇ ଜମା ଉପରେ ଅତିରିକ୍ତ ୫୦ ପ୍ରତିଶତ ସୁଧ ପାଇପାରିବେ । ଜମା ଉପରେ ସଂଶୋଧିତ ସୁଧ ୨୦୨୨ ଜୁଲାଇ ୧୪ରୁ ଲାଗୁ କରାଯାଇଛି ।

ସମ୍ବନ୍ଧିତ ଖବର