ଜମା ଓ ଋଣ ସୁଧହାର ବଢାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ଋଣ ଓ ଜମା ଉପରେ ସୁଧହାରକୁ ବୃଦ୍ଧି କରାଯାଇଛି । ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧହାର ବୃଦ୍ଧି କରାଯିବା ପରେ ଷ୍ଟେଟ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି ।

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୨ କୋଟି ଟଙ୍କାରୁ କମ ପରିମାଣର ମିଆଦି ଜମା ପାଇଁ ସୁଧହାରକୁ ୨୦ ବେସିସ ପଏଣ୍ଟ ବା ୦.୨୦ ପ୍ରତିଶତ ବୃଦ୍ଧି କରିଛି । ମଙ୍ଗଳବାର ଅର୍ଥାତ ଜୁନ ୧୪ରୁ ଏହି ସୁଧହାର ଲାଗୁ ହେବ । ୨୧୧ ଦିନରୁ ୧ ବର୍ଷରୁ କମ ସମୟର ଜମା ପାଇଁ ସୁଧହାର ୪.୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଏହି ମିଆଦର ଜମା ପାଇଁ ବରିଷ୍ଠ ନାଗରିକମାନେ ଏହି ୫.୧୦ ପ୍ରତିଶତ ସୁଧ ପାଇବେ ।

ଅନ୍ୟପକ୍ଷରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ମାର୍ଜିନାଲ କଷ୍ଟ ଅଫ ଫଣ୍ଡ ବେସଡ୍ ଲେଣ୍ଡିଂ ରେଟ ବା (ଏମସିଏଲଆର)କୁ ୨୦ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ  ବର୍ଷିକିଆ ଏମସିଏଲଆର ୭.୨୦ ପ୍ରତିଶତରୁ ୭.୪୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଫଳରେ ବ୍ୟାଙ୍କର ଅଧିକାଂଶ ଖାଉଟି ଋଣ ଯେପରିକି ଗୃହ ଋଣ, ଯାନବାହାନ ଋଣ,ବ୍ୟକ୍ତିଗତ ଋଣର ସୁଧହାର ବଢିଯିବ, କାରଣ ଏସବୁ ଋଣ ଏମସିଏଲଆର ସହ ସଂଯୁକ୍ତ । ଜୁନ ୧୫ରୁ ଏହି ବର୍ଦ୍ଧିତ ସୁଧହାର ଲାଗୁ ହେବ ।

ଅନ୍ୟପକ୍ଷରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ରେପୋ-ଲିଙ୍କଡ୍ ଲେଣ୍ଡିଂ ରେଟ ( ରେପୋ ହାର ସଂଯୁକ୍ତ ଋଣ ହାର)କୁ୭.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଜୁନ ୧୫ରୁ ଏହି ବର୍ଦ୍ଧିତ ସୁଧହାର ଲାଗୁ ହେବ ।

 

ସମ୍ବନ୍ଧିତ ଖବର