ବିନା କାର୍ଡରେ ଏସବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇହେବ, କିପରି ଜାଣନ୍ତୁ

ଭୁବନେଶ୍ୱର : ଏସବିଆଇ ତରଫରୁ ଏହାର ସାରା ଦେଶରେ ଥିବା ୧୬୫୦୦ଟି ଏଟିଏମରେ କାର୍ଡବିହୀନ ନଗଦ ଉଠାଣ “ୟୋନୋ କ୍ୟାସ’ର ଶୁଭାରମ୍ଭ କରାଯାଇଛି । ୟୋନୋ କ୍ୟାସ ଏସବିଆଇକୁ ଦେଶରେ ଏଭଳି ସେବା ପ୍ରଦାନ କରିବାର ପ୍ରଥମ ବ୍ୟାଙ୍କରେ ପରିଣତ କରିଛି । ଏହି ସେବା ପ୍ରଦାନ କରିବାକୁ ଥିବା ଏଟିଏମ ଗୁଡ଼ିକୁ “ୟୋନୋ କ୍ୟାସ ପଏଣ୍ଟ’ କୁହାଯିବ । ବ୍ୟାଙ୍କ ଅ।ଶା କରୁଛି ଯେ ୟୋନୋ କ୍ୟାସ ଏହାର ନିରାପତା ବୈଶିଷ୍ଟ୍ୟ ଓ କାର୍ଡବିହୀନ ନଗଦ ଉଠାଣ ସୁବିଧା ଯୋଗୁ ଗ୍ରାହକମାନେ ଉପକ୍ତ ହୋଇପାରିବେ ।

ଗ୍ରାହକମାନେ ନଗଦ ଉଠାଣ ପ୍ରକ୍ରିୟାକୁ ୟୋନୋ ଅ।ପରେ ଆରମ୍ଭ କରିପାରିବେ ଏବଂ କାରବାର ପାଇଁ ୬ ସଂଖ୍ୟା ବିଶିଷ୍ଟ ୟୋନୋ କ୍ୟାସ ପିନ ଦେଇପାରିବେ । କାରବାର ପାଇଁ ଏସଏମଏସ ମାଧ୍ୟମରେ ପଂଜୀକୃତ ମୋବାଇଲ ନମ୍ବରରେ ସେମାନେ ୬ ସଂଖ୍ୟା ବିଶିଷ୍ଟ ରେଫରେନ୍ସ ନମ୍ବର ପାଇବେ । ନଗଦ ଉଠାଣକୁ ନିକଟସ୍ଥ ୟୋନୋ କ୍ୟାସ ପଏଣ୍ଟରେ ଉଭୟ ପିନ ଓ ରେଫରେନ୍ସ ନମ୍ବରକୁ ବ୍ୟବହାର କରି ୩୦ ମିନିଟ ଭିତରେ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ ।

ଦେଶରେ ଲୋକମାନେ ବ୍ୟବହାର କରୁଥିବା ଆର୍ଥିକ ଏବଂ ଜୀବନଶୈଳୀ ସେବାରେ ଉନ୍ନତି ଅ।ଣିବା ଦିଗରେ ୟୋନୋ ଏକ ବଡ଼ ପଦକ୍ଷେପ । ଏହା ହେଉଛି ପ୍ରଥମ ବ୍ୟାପକ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ ଯାହା ୮୫ଟି ଇ-କମର୍ସ ସଂସ୍ଥାର ଉତ୍ପାଦ ଓ ସେବା ବ୍ୟକ୍ତିଗତ ସୁହାଇବା ଭଳି ଢଙ୍ଗରେ ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର