ଏସ୍‌ବିଆଇ ଲାଇଫ୍‌-ସଦ୍‌ଭାବନା ସହବନ୍ଧନ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ସଶକ୍ତ କରିବା ଲାଗି ଏସ୍‌ବିଆଇ ଲାଇଫ୍ ପକ୍ଷରୁ ସ୍ଥାନୀୟ ଏନ୍‌ଜିଓ ସଦ୍‌ଭାବନା ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଉଭୟ ସଂସ୍ଥା ମିଳିତ ଭାବେ ପ୍ରୟାସ ନାମ ଆବାସିକ ଶିକ୍ଷା ପ୍ରକଳ୍ପ ଓ ଏକ ଥଇଥାନ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ କରିବେ।

ଏହି କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଏସବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଆଞ୍ଚଳିକ ନିର୍ଦେଶକ-ଭୁବନେଶ୍ବର ଅମିତ ଶାହ ସଦ୍‌ଭାବନା ଏନ୍‌ଜିଓର ସମ୍ପାଦକ ଚଣ୍ଡି ପ୍ରସାଦ ପଟ୍ଟନାୟକଙ୍କୁ ଚେକ୍ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଏସ୍‌ବିଆଇ ସିଜିଏମ୍‌-ଭୁବନେଶ୍ବର ବିଦ୍ୟା କ୍ରିଷ୍ଣନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର