ଏସ୍‌ବିଆଇ ଲାଇଫ୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏସ୍‌ବିଆଇ ଲାଇଫ୍‌ ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌)ର ଅଂଶ ସ୍ୱରୂପ ବାଲେଶ୍ୱରସ୍ଥିତ ଆନନ୍ଦ ମାର୍ଗ ସ୍କୁଲକୁ ସହାୟତା ପ୍ରଦାନ କରାଯାଇଛି। କଂପାନି ପକ୍ଷରୁ ଏହି ସ୍କୁଲରେ ଶୌଚାଳୟ ନିର୍ମାଣ କରାଯାଇଛି। ଏ ସମ୍ପର୍କରେ ଘୋଷଣା କରିବା ପାଇଁ କଂପାନିର ସ୍ଥାନୀୟ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଏସ୍‌ବିଆଇ ଲାଇଫ୍‌୍‌ର ସଭାପତି (ମାର୍କେଟିଂ) ରବିନ୍ଦ୍ର କୁମାର ଓ ଆଞ୍ଚଳିକ ନିର୍ଦେଶକ ସଞ୍ଜୟ ଭଟ୍ଟନାଗର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର