ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସଞ୍ଚୟ ଖାତାରେ ସର୍ବନିମ୍ନ ଜମା ରାଶି କମାଇ ପାରେ ବୋଲି ଶୁକ୍ରବାର ଦିନ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।
ଏବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସଞ୍ଚୟ ଖାତାରେ ମାସିକ ହାରାହାରି ଜମା ରାଶି ବଜାୟ ରଖୁ ନ ଥିବା ଗ୍ରାହକମାନଙ୍କ ଉପରେ ଜରିମାନା ଲାଗୁ କରୁଛି। ମେଟ୍ରୋ ସହରରେ ମାସିକ ସର୍ବନିମ୍ନ ଜମା ରାଶି ୩୦୦୦ ଟଙ୍କା ରଖା ଯାଇଥିବା ବେଳେ ଅର୍ଦ୍ଧ-ସହରାଞ୍ଚଳ ପାଇଁ ୨୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ପାଇଁ ୧୦୦୦ ଟଙ୍କା ରଖାଯାଇଛି।
ଛଅ ବର୍ଷର ବ୍ୟବଧାନ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ମାସିକ ହାରାହାରି ଜମା ଦେୟର ପୁନଃପ୍ରଚଳନ କରିଛି। ଏହା ୨୦୧୭ ଏପ୍ରିଲ୍ ପହିଲାରୁ ଲାଗୁ କରାଯାଇଛି।
ଏସ୍ବିଆଇର ସଂଶୋଧିତ ଦେୟ ତାଲିକା ଅନୁସାରେ, ଜମାଖାତାରେ ମାସିକ ହାରାହାରି ଜମା ରାଶି ବଜାୟ ରଖିବାକୁ ବିଫଳ ହେଲେ ୧୦୦ ଟଙ୍କାର ଜରିମାନା ଉପରେ ଜିଏସ୍ଟି ଦେବାକୁ ପଡ଼ିବ।
/sambad/media/post_attachments/wp-content/uploads/2018/01/sbi-300x178.jpg)
ମେଟ୍ରୋପଲିଟାନ୍ ଅଞ୍ଚଳରେ ୫୦୦୦ ଟଙ୍କାର ଏମ୍ବିଏ ଉପରେ ଜମା ୭୫%ରୁ ତଳକୁ କମି ଗଲେ ୧୦୦ ଟଙ୍କା ଉପରେ ଜିଏସ୍ଟି ସହ ଜରିମାନା ଲାଗୁ ହେବ। ଯଦି ଏହି କମ୍ର ପରିମାଣ ୫୦% କିଂବା ଏମ୍ଏବି ଠାରୁ କମ୍ ହୋଇ ଯାଏ ତେବେ ବ୍ୟାଙ୍କ୍ ୫୦ ଟଙ୍କା ଉପରେ ଜିଏସ୍ଟି ସହ ଜରିମାନା ଆଦାୟ କରିବ।
ମଫସଲ ଅଞ୍ଚଳରେ ମାସିକ ହାରାହାରି ଜମା ଆବଶ୍ୟକତା ହେଉଛି ୧୦୦୦ ଟଙ୍କା। ସେସବୁ ଅଞ୍ଚଳରେ ସର୍ବନିମ୍ନ ଜମାରାଶି ବଜାୟ ରଖି ନ ପାରିଲେ ୨୦ ରୁ ୫୦ ଟଙ୍କା ଉପରେ ଜିଏସ୍ଟି ସହ ଜରିମାନା ଆଦାୟ କରାଯାଏ।
ଗ୍ରାହକମାନଙ୍କର ସମାଲୋଚନାର ସରବ୍ୟ ହୋଇ ଅକ୍ଟୋବର ପହିଲାରୁ ଏହି ଦେୟ କମାଇ ଦିଆଯାଇଥିଲା।
ଫି’ ବାବଦରୁ ସୃଷ୍ଟ ଆୟ ସମ୍ପର୍କରେ ନକାରାତ୍ମକ ଖବର ଆସିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସର୍ବନିମ୍ନ ଜମା ଆବଶ୍ୟକତାକୁ କମାଇ ଦେଇଛି ବୋଲି କୁହା ଯାଉଛି।