ଏବେ ଫେସବୁକ ଓ ଟୁଇଟର୍ ମାଧ୍ୟମରେ ପଠାଇ ହେବ ଟଙ୍କା: ଏସବିଆଇ ଲଞ୍ଚ କଲା ନୂଆ ଆପ୍ LatestLeadingବାଣିଜ୍ୟ By Sambad Last updated Jul 7, 2018 0 ସେୟାର ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କମାନେ ନୂଆ ନୂଆ ସୁବିଧା ଆଣିଥାଆନ୍ତି। ଏହି କ୍ରମରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାର ଗ୍ରାହକଙ୍କ ପାଇଁ ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ ଫେସବୁକ ଓ ଟୁଇଟରର ସହାଯ୍ୟ ନେଇଛି । ଆପଣ ଚାହିଁଲେ ଏବେ ଫେସବୁକ୍ ଓ ଟୁଇଟର ଜରିଆରେ ନିଜର ସାଙ୍ଗ ଓ ସମ୍ପକୀୟଙ୍କ ପାଖକୁ ପଇସା ପଠାଇ ପାରିବେ । ସୋସିଆଲ ମିଡିଆରେ ପେମେଣ୍ଟକୁ ସହଜ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ‘ଏସବିଆଇ ମିଙ୍ଗଲ’ ଆପ୍ ଲଞ୍ଚ କରିଛି । ଆପଣ ଏହି ଆପକୁ ଗୁଗଲ ପ୍ଳେ-ଷ୍ଟୋରରୁ ଡାଉନ୍ଲୋଡ କରିପାରିବେ । ଡାଉନଲୋଡ୍ ପରେ କିଭଳି ଏହାର ବ୍ୟବହରେ କରିବେ ନିମ୍ନରେ ସେ ସଂପର୍କିତ ସୂଚନା ପ୍ରଦାନ କରାଗଲା। ଏମିତି କରିବେ ବ୍ୟବହାର : • ଏହି ଆପ୍ ଖୋଲିବା ପରେ, ସେଥିରେ ଆସୁଥିବା ୟୁଜର ଅପ୍ସନ ଉପରେ କ୍ଲିକ୍ କରି ନିଜକୁ ରେଜିଷ୍ଟର କରିବାକୁ ହେବ । ଏହାପରେ ‘continue with facebook’ ଉପରେ କ୍ଲିକ୍ କରିବାକୁ ପଡିବ । • ଏହି ଅପ୍ସନ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଆପଣଙ୍କ ଫେସବୁକ୍ ୟୁଜର ନେମ୍ ଓ ପାସୱାର୍ଡରେ ଲଗ୍-ଇନ୍ କରିବାକୁ ପଡିବ । ଆଗକୁ ବଢ଼ିଲେ, ଆପଣଙ୍କୁ ଆପଣଙ୍କ ଏସବିଆଇ ଡେବିଟ୍ କାର୍ଡର ଡିଟେଲ୍ସ ମଗାଯିବ । • ଏହାକୁ ଭେଲିଡେଟ୍ କରିବା ପରେ ହିଁ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ବ୍ୟାଙ୍କ ତରଫରୁ ଏକ ଓଟିପି ପଠାଯିବ । ଏହାକୁ ପ୍ରବେଶ କରିବା ପରେ ଆପଣଙ୍କୁ ପାସୱାର୍ଡ ସେଟ୍ କରିବାକୁ ପଡିବ । ଏହାବାଦ୍ ଆପ୍ ଜରିଆରେ କ୍ୟାସ ନେଣଦେଣ କରିପାରିବେ । • ଏସବିଆଇ ମିଙ୍ଗଲରେ ଲଗଇନ୍ କରିବା ପରେ ଆପଣଙ୍କୁ ‘pay a friend’ ଉପରେ କ୍ଲିକ୍ କରିବାକୁ ପଡିବ । ଏହାପରେ ଆପଣଙ୍କୁ ଦୁଇଟି ଉପାୟରେ ଫଣ୍ଡ ଟ୍ରାନ୍ସଫର କରିବାର ବିକଳ୍ପ ମିଳିବ । ଏଥିରେ ‘ପେ ଟୁ ଆକାଉଣ୍ଟ’ ଏବଂ ‘ପେ ଟୁ ଫ୍ରେଣ୍ଡସ୍’ ର ବିକଳ୍ପ ମିଳିବ । • ଯଦି ଆପଣ ଫେସବୁକ୍ ଜରିଆରେ ବ୍ୟାଙ୍କିଙ୍ଗ ନେଣନେଣ କରିବାକୁ ଚାହୁଁଛନ୍ତି, ତେବେ ଏହାପାଇଁ ଆପଣଙ୍କୁ ଏସବିଆଇ ମିଙ୍ଗଲର ଫେସବୁକ୍ ପେଜକୁ ଯିବାକୁ ପଡିପାରେ । ଏହା ବ୍ୟତୀତ ନୂଆ ହିତାଧିକାରୀଙ୍କୁ ଯୋଡିପାରିବେ । • ଟ୍ୱିଟର ଜରିଆରେ ଟଙ୍କା ଟ୍ରାନ୍ସଫର କରିବାକୁ ଚାହୁଁଥିଲେ https://www.sbi.co.in/sbimingle/ ଏହି ସାଇଟ୍ କୁ ଯାଇ ଦେଖିପାରିବେ ।