ନୂଆଦିଲ୍ଲୀ: ଆପଣ ଯଦି ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଚଳିତ ମାସ ଶେଷ ସୁଦ୍ଧା ତିନିଟି ବିଶେଷ କାମ ଶେଷ କରି ଦିଅନ୍ତୁ। ନଚେତ ଡିସେମ୍ବର ପହିଲାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ନେଟ ବ୍ୟାଙ୍କିଂ ହେବ ବନ୍ଦ: ଯଦି ଆପଣ ଚାହୁଁଛନ୍ତି ଡିସେମ୍ବର ୧ରୁ ଆପଣଙ୍କ ପାଇଁ ନେଟ ବ୍ୟାଙ୍କିଂ ବନ୍ଦ ହୋଇ ନଯାଉ, ତେବେ ଯଥା ଶୀଘ୍ର ଆପଣ ଜମାଖାତାରେ ମୋବାଇଲ ନମ୍ବର ରେଜିଷ୍ଟର କରି ଦିଅନ୍ତୁ। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରକାଶ କି, ଯେଉଁମାନେ ନିଜର ମୋବାଇଲ ନମ୍ବର ଜମା ଖାତାରେ ରେଜିଷ୍ଟର କରି ନାହାନ୍ତି, ଏହି ରେଜିଷ୍ଟର ୩୦ ଡିସେମ୍ବର ସୁଦ୍ଧା କରି ନେବା ଉଚିତ। ନେଟ ବ୍ୟାଙ୍କିଂ ବନ୍ଦ ହୋଇଗଲେ ଅନ୍ଲାଇନ୍ .ନେଣଦେଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।
ଏସ୍ବିଆଇ ବଡ଼ି: ଆପଣ ଯଦି ଏସ୍ବିଆଇ ବଡ଼ି ଓ୍ଵାଲେଟରେ କିଛି ଅର୍ଥ ରଖିଛନ୍ତି, ତାହାକୁ ଯଥା ଶୀଘ୍ର ବାହାର କରି ନିଅନ୍ତୁ। କାରଣ ୩୦ ନଭେମ୍ବର ପରେ ଏହି ଓ୍ଵାଲେଟ ବନ୍ଦ ହୋଇଯିବ। ଏସ୍ବିଆଇ ଏହାର ସୂଚନା ଦେବାକୁ ଯାଇ କହିଛି କି, ଗ୍ରାହକ ଯାହା ବି ବାଲାନ୍ସ ଏସ୍ବିଆଇ ବଡ଼ି ଓ୍ଵାଲେଟରେ ରଖିଛନ୍ତି ତାହାକୁ ଉଇଥ୍ଡ୍ର କରି ନିଅନ୍ତୁ।
ସେହିପରି ଯଦି ଆପଣ ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖାରୁ ପେନ୍ସନ୍ ନେଉଛନ୍ତି ତେବେ ୨୦୧୮ ନଭେମ୍ବର ୩୦ ଭିତରେ ଜୀବନ ପ୍ରମାଣ ପତ୍ର ଜମା କରିବା ଅନିବାର୍ଯ୍ୟ। ଏପରି ନ କଲେ ଡିସେମ୍ବର ୧ରୁ ଆପଣଙ୍କ ପେନ୍ସନ୍ ଅଟକି ଯିବ।