ଏସ୍‌ବିଆଇ ଅଫିସର ସଂଘର ବାର୍ଷିକ ସାଧାରଣ ଅଧିବେଶନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଅଫିସର ସଂଘ, ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। କିଟ୍‌ ଅଡିଟୋରିଅମ୍‌ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫୦୦ ଅଧିକାରୀ ଯୋଗଦେଇଥିଲେ। ସଭାକୁ ମୁଖ୍ୟ ମହାପ୍ରବନ୍ଧକ ବି. ବେଣୁଗୋପାଳ ରେଡ୍ଡୀ ଉଦ୍‌ଘାଟନ କରିଥିଲେ। ସର୍ବ ଭାରତୀୟ ଅଫିସର ସଂଘର ସାଧାରଣ ସଂପାଦକ ଓ୍ଵାଇ ସୁଦର୍ଶନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଘର ବିଭିନ୍ନ ଉଦ୍ୟମ ଉପରେ ଆଲୋକପାତ କରିଥିଲେ। ସଂଘର ଭୁବନେଶ୍ୱର ମଣ୍ଡଳ ସାଧାରଣ ସଂପାଦକ ସଂବିତ ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏସ୍‌ବିଆଇ କର୍ମଚାରୀ ସଂଘର ସାଧାରଣ ସଂପାଦକ ଶିବ ପ୍ରସାଦ ବେହେରା ଶ୍ରମିକ ଶ୍ରେଣୀର ଉନ୍ନତି ପାଇଁ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାପତି ବିବେକାନନ୍ଦ ଦାସଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶେଷରେ ଉପସଭାପତି ଅରୁଣ କୁମାର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର