ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧୦୬୩ କୋଟି ଟଙ୍କାର ଏନ୍ପିଏ (ଅନାଦାୟ ଋଣ)କୁ ବିକ୍ରି କରିବେ। ଏ ନେଇ ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୧୫ଟି ଖାତାରେ ଏହି ଏନ୍ପିଏ ରାଶି ପଡ଼ି ରହିଛି। ଉଭୟ ବ୍ୟାଙ୍କ ଏଥିପାଇଁ ଚଳିତ ମାସ ୨୦ ତାରିଖରେ ଇ-ନିଲାମ କରିବେ। ଷ୍ଟେଟ ବ୍ୟାଙ୍କ ୧୨ଟି ଖାତାରେ ରହିଥିବା ୮୪୮.୫୪ କୋଟି ଟଙ୍କା ବିକ୍ରି ଲାଗି ରଖିଥିବାବେଳେ ପିଏନ୍ବି ଅବଶିଷ୍ଟ ରାଶି ବିକ୍ରି ପାଇଁ ରଖିଛି। ଏସବୁ ଖାତାରେ ରହିଥିବା ସମ୍ପତ୍ତିକୁ ସମ୍ପତ୍ତି ପୁନର୍ଗଠନ କମ୍ପାନି (ଏଆର୍ସି), ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ(ଏନ୍ବିଏଫ୍ସି), ଆର୍ଥିକ ପ୍ରତିଷ୍ଠାନକୁ ବିକ୍ରି ଲାଗି ରଖାଯାଇଛି ବୋଲି ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ସୁରଟର ଗାର୍ଡେନ ସିଲ୍କ ମିଲ୍ସ ଉପରେ ସର୍ବାଧିକ ୨୨୫.୦୬ କୋଟି ଟଙ୍କା ଥିବାବେଳେ ଗୁରୁଗ୍ରାମ୍ର କୋର୍ବା ବେଷ୍ଟ ପାଓ୍ଵାର କମ୍ପାନି ଉପରେ ୧୨୪.୭୮ କୋଟି ଟଙ୍କା, ଚଣ୍ଡିଗଡ଼ର ମଡର୍ଣ୍ଣ ଷ୍ଟିଲ୍ସ ଉପରେ ୧୨୨.୬୧ କୋଟି ଟଙ୍କା ଏବଂ ସିକନ୍ଦରାବାଦ୍ର ଏସ୍ଏନ୍ଏସ୍ ଷ୍ଟାର୍ଚ ଉପରେ ୬୬.୮୭ କୋଟି ଟଙ୍କା ରହିଛି। ଏହାବାଦ୍ ଅନ୍ୟ କେତୋଟି କମ୍ପାନିର ଏନ୍ପିଏ ମଧ୍ୟ ଷ୍ଟେଟ ବ୍ୟାଙ୍କ ବିକ୍ରି କରିବ। ସେହିଭଳି ପିଏନ୍ବି ପକ୍ଷରୁ ମିରଟ, ଚେନ୍ନାଇ ଏବଂ ମୁମ୍ବାଇର ୩ଟି କମ୍ପାନିର ୨୧୪.୪୫ କୋଟି ଟଙ୍କାର ଏନ୍ପିଏ ବିକ୍ରି କରିବ।
୧୦୬୩ କୋଟିର ଏନ୍ପିଏ ବିକ୍ରି ହେବ
ଏସ୍ବିଆଇ, ପିଏନ୍ବି ବିକିବେ
/sambad/media/post_attachments/wp-content/uploads/2018/03/state-bank-of-india-sbi_650x400_51520955294.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)