ଡେବିଟ୍ କାର୍ଡ ମାଧ୍ୟମରେ ଇଏମଆଇ ସୁବିଧା ପ୍ରଦାନ କରୁଛି ଷ୍ଟେଟ୍ ବ୍ୟାଙ୍କ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ଡେବିଟ୍ କାର୍ଡ ଉପଭୋକ୍ତାମାନଙ୍କ ପାଇଁ ଇଏମଆଇର ବ୍ୟବସ୍ଥା କରାଯାଇଛି । ଗ୍ରାହକମାନେ କୌଣସି ସୋରୁମରୁ ସାମଗ୍ରୀ କିଣିବାବେଳେ ପିଓଏସ ମେସିନରେ ଡେବିଟ କାର୍ଡ ସ୍ବାପ କରି ଏହି ସୁବିଧା ପାଇପାରିବେ ।  ଆମାଜନ୍ ଓ ଫ୍ଲିପକାର୍ଟ ଭଳି ଅଗ୍ରଣୀ ଇ-କମର୍ସ କଂପାନିରୁ କିଣାକିଣି କରିବା ବେଳେ ମଧ୍ୟ ଏହି ସୁବିଧା ମିଳିବ । ଏହି ବ୍ୟବସ୍ଥାରେ ଶୂନ ପ୍ରୋସେସିଂ ଫି, ଶୂନ କାଗଜପତ୍ର ଓ ତୁରନ୍ତ ଋଣ ମଂଜୁରୀ, ମାସିକ କିସ୍ତି ଉପରେ ଷ୍ଟାଣ୍ଡିଂ ଇନଷ୍ଟ୍ରକସନ୍ ଭଳି ସୁବିଧା ମିଳିବ ।

ଗ୍ରାହକମାନେ ନିମ୍ନଲିଖିତ ଉପାୟ ଅବଲମ୍ବନ କରି ଡେବିଟ୍ କାର୍ଡ ଇଏମଆଇ ସୁବିଧା ପାଇପାରିବେ..

  • ମର୍ଚାଣ୍ଟ୍ ଷ୍ଟୋରର ପିଓଏସ୍ ମେସିନରେ ଏସବିଆଇ ଡେବିଟ୍ କାର୍ଡ ସ୍ୱାଇପ୍ କରନ୍ତୁ ।
  • ଇଏମ୍ଆଇ ଚୟନ କରି ବ୍ୟାଙ୍କ ନାମ ଚୟନ କରନ୍ତୁ ।
  • ସାମଗ୍ରୀ ମୂଲ୍ୟ ଓ କିସ୍ତି ପରିଶୋଧ ଅବଧି ଦିଅନ୍ତୁ ।
  • ପିନ୍ ନମ୍ବର ଦେବା ପରେ ପିଓଏସ୍ ମେସିନରେ ଯୋଗ୍ୟତା ଯାଞ୍ଚ କରନ୍ତୁ ।
  • କାରବାର ହୋଇଯିବା ପରେ ଋଣ ରାଶି ବୁକ୍ ହେବ ।
  • ଋଣ ସର୍ତ୍ତାବଳୀ ଲେଖାଥିବା ସ୍ଲିପ ପ୍ରିଣ୍ଟ୍ ହେବା ପରେ ସେଥିରେ ଗ୍ରାହକ ଦସ୍ତଖତ କରନ୍ତୁ ।
ସମ୍ବନ୍ଧିତ ଖବର