ଆଜିଠାରୁ ମହଙ୍ଗା ହେଲା ଷ୍ଟେଟ ବ୍ୟାଙ୍କ ଋଣ

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର ବିଭିନ୍ନ ପ୍ରକାରର ଋଣ ମହଙ୍ଗା ହେବାର ସମ୍ଭାବନା ରହିଛି। କାରଣ ବ୍ୟାଙ୍କ ଆଜି ନିଜର ମାର୍ଜିନାଲ କଷ୍ଟବେସଡ ଲେଣ୍ଡିଂ ରେଟ (ଏମସିଏଲଆର)କୁ ୫ ବେସିସ ପଏଣ୍ଟ ବା ୦.୦୫ ପ୍ରତିଶତ ବୃଦ୍ଧି କରିଛି । ଆଜିଠାରୁ ଏହି ବର୍ଦ୍ଧିତ ହାର ଲାଗୁ ହେବ ।

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏହି ଏମସିଏଲଏର ବଢାଯିବା ପରେ ଅଟୋ, ଗୃହ ଓ ଅନ୍ୟାନ୍ୟ ଋଣର ସୁଧହାର ମହଙ୍ଗା ହେବ । ଷ୍ଟେଟ ବ୍ୟାଙ୍କର ଓଭରନାଇଟ ଏମସିଏଲଆର ପୂର୍ବରୁ ୮.୧୫ ପ୍ରତିଶତ ଥିବାବେଳେ ଏବେ ତାହା ୮.୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଏକ ମାସିଆ ସୁଧହାର ୮.୧୫ରୁ ୮.୨୦ ପ୍ରତିଶତକୁ, ୧ ବର୍ଷୀୟ ୮.୫୦ରୁ ୮.୫୫ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ୩ ବର୍ଷିଆ ଏମସିଏଲଆର ୮.୭୦ ରୁ ୮.୭୫ ପ୍ରତିଶତକୁ ବୃଦ୍ଧି ପାଇଛି ।

କେବଳ ଏମସିଏଲଆର ନୁହେଁ ଷ୍ଟେଟ ବ୍ୟାଙ୍କ ନିଜର ବେସରେଟ ଓ ପ୍ରାଇମ ଲେଣ୍ଡିଂ ରେଟକୁ ମଧ୍ୟ ଯଥାକ୍ରମେ ୧୩.୮୦ ପ୍ରତିଶତ ଓ ୯.୦୫ ପ୍ରତିଶତକୁ ବୃଦ୍ଧି କରିଛି । ଷ୍ଟେଟ ବ୍ୟାଙ୍କ ସୁଧହାର ବଢାଇବା ପରେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଅନୁସରଣ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର