ସ୍ଥାୟୀ ଜମା ଉପରେ ସୁଧହାର କମାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ୍‌) ଉପରେ ଦିଆଯାଉଥିବା ସୁଧହାରକୁ ହ୍ରାସ କରାଯାଇଛି । କେତେକ ନିର୍ଦ୍ଦିଷ୍ଟ ମିଆଦ ପାଇଁ ଥିବା ସ୍ଥାୟୀ ଜମା ଉପରେ ସୁଧହାରକୁ ୧୫ ବେସିସ୍‌ ପଏଣ୍ଟ (୦.୧୫%) ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।

୧ ବର୍ଷରୁ ଅଧିକ ଓ ୨ ବର୍ଷରୁ କମ ମିଆଦର ସ୍ଥାୟୀ ଜମା ପାଇଁ ପୂର୍ବରୁ ୬.୨୫ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ୬.୧୦ ପ୍ରତିଶତ ସୁଧ ମିଳିବ । ଏହି ମିଆଦର ଜମା ପାଇଁ ବରିଷ୍ଠ ନାଗରିକମାନଙ୍କୁ ପୂର୍ବରୁ ୬.୭୫ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ୬.୬୦ ପ୍ରତିଶତ ସୁଧ ମିଳିବ ।
ସେହିପରି ୨ ବର୍ଷରୁ ଅଧିକ ଓ ୩ ବର୍ଷରୁ କମ ମିଆଦି ଜମା ପାଇଁ ପୂର୍ବରୁ ୬.୨୫ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ୬.୧୦ ପ୍ରତିଶତ ସୁଧ ମିଳିବ । ଏହି ମିଆଦ ବିଶିଷ୍ଟ ଜମା ପାଇଁ ବରିଷ୍ଠ ନାଗରିକମାନଙ୍କୁ ପୂର୍ବରୁ ୬.୭୫ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ୬.୬୦ ପ୍ରତିଶତ ସୁଧ ମିଳିବ । ଅନ୍ୟପକ୍ଷରେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଓ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ମିଆଦି ଜମା ଉପରେ ମଧ୍ୟ ସୁଧହାରକୁ ୬.୨୫ ପ୍ରତିଶତରୁ ୬.୧୦ ପ୍ରତିଶତକୁ ହ୍ରାସ କରାଯାଇଛି । ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ଜମା ସୁଧହାର ମଧ୍ୟ ୬.୭୫ ପ୍ରତିଶତରୁ ୬.୬୦ ପ୍ରତିଶତକୁ ହ୍ରାସ କରାଯାଇଛି ।  ଜାନୁଆରି ୧୦ରୁ ଏହି ସଂଶୋଧିତ ଜମା ସୁଧହାର ଲାଗୁ ହୋଇଛି ।

ସମ୍ବନ୍ଧିତ ଖବର