ଜାଣନ୍ତୁ ଏପ୍ରିଲ ୧ରୁ ଏସ୍‌ବିଆଇର ଏହି ନିୟମ ବଦଳିଯିବ

ନୂଆଦିଲ୍ଲୀ: ଏପ୍ରିଲ ୧ରୁ କେତେକ ନୂଆ ନିୟମ ଲାଗୁ ହେବାକୁ ଯାୁଛି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇରେ ବି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଯାହାଦ୍ୱାରା ସମଗ୍ର ଦେଶରେ ଏସ୍‌ବିଆଇର ପାଖାପାଖି ୨୫କୋଟି ଗ୍ରାହକଙ୍କୁ ସିଧାସଳଖ ଫାଇଦା ହେବ। ବ୍ୟାଙ୍କ ଗତ କିଛିଦିନ ତଳେ ଆକାଉଣ୍ଟ ବାଲାନ୍ସ ମେନ୍‌ଟେନ୍‌ ନକରିବା ଦ୍ୱାରା ଲାଗୁ କରିଥିବା ଶୁଳ୍କ ଛାଡ଼ କରିଥିଲା। ଏହା ଏବେ ଏପ୍ରିଲ ୧ରୁ ଲାଗୁ ହୋଇଯିବ। ବ୍ୟାଙ୍କ ପେନଲ୍ଟିରେ ୭୫ପ୍ରତିଶତ ହ୍ରାସ କରିଥିଲା। ଏହି ହ୍ରାସ ଦର ସେଭିଂ ଆକାଉଣ୍ଟରେ ଲାଗୁ ହେବ। ଏହାପରେ କୌଣସି ଗ୍ରାହକଙ୍କୁ ୧୫ଟଙ୍କାରୁ ଅଧିକ ପେନାଲ୍ଟି ଦେବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସମୟରେ ଏହି ଶୁଳ୍କ ୫୦ଟଙ୍କା ଥିଲା।

ମେଟ୍ରୋ ଓ ସହରାଞ୍ଚଳରେ ସର୍ବନିମ୍ନ ବାଲାନ୍ସ ନରଖିବା ଦ୍ୱାରା ୫୦ଟଙ୍କା ଶୁଳ୍କ କଟୁଥିଲା। ଏହା ହ୍ରାସ ପାଇ ୧୫ ଟଙ୍କା କରି ଦିଆଯାଇଛି। ସେହିପରି ଛୋଟ ସହରରେ ୪୦ଟଙ୍କାକୁ ହ୍ରାସ କରି ୧୨ଟଙ୍କା, ଗ୍ରାମାଞ୍ଚଳରେ ୪୦ଟଙ୍କାକୁ ହ୍ରାସ କରତ ୧୦ଟଙ୍କା ଚାର୍ଜ ଲାଗିବ। ଏହି ଚାର୍ଜରେ ଜିଏସ୍‌ଟି ଅଲଗା ଭାବେ ହେବ।

ସମ୍ବନ୍ଧିତ ଖବର