ଗୃହଋଣ ସୁଧହାର ୬.୭%କୁ କମାଇଲା ଷ୍ଟେଟ୍ ବ୍ୟାଙ୍କ୍

ମୁମ୍ବାଇ : ଆଗକୁ ପାର୍ବଣ ଋତୁ ଥିବାବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନିଜର ଗୃହଋଣ ସୁଧହାରକୁ ୬.୭ ପ୍ରତିଶତକୁ ହ୍ରାସ କରାଯାଇଛି । ବିଭିନ୍ନ ପରିମାଣର ଗୃହଋଣ ପାଇଁ ଏହା ଲାଗୁ ହେବ ।

ପୂର୍ବରୁ ଷ୍ଟେଟ ବ୍ୟାଙ୍କ ୭୫ ଲକ୍ଷରୁ ଅଧିକ ଟଙ୍କାର ଗୃହଋଣ ଉପରେ ୭.୧୫ ପ୍ରତିଶତ ସୁଧ ଆଦାୟ କରୁଥିଲା । କିନ୍ତୁ ଏବେ ତାହା ୬.୭ ପ୍ରତିଶତକୁ କମିବ । ଅର୍ଥାତ ଗ୍ରାହକମାନେ ନିଜର ଗୃହଋଣ ସୁଧ ଉପରେ ୪୫ ବେସିସ ପଏଣ୍ଟ (୦.୪୫ ପ୍ରତିଶତ) ସଂଚୟ କରିପାରିବେ । ଏହାର ଅର୍ଥ ହେଉଛି ଯଦି ଜଣେ ୭୫ ଲକ୍ଷ ଟଙ୍କାର ଗୃହଋଣ ନେଇଛି ସେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବ । ଷ୍ଟେଟ ବ୍ୟାଙ୍କ ମଧ୍ୟ ଋଣଗ୍ରହୀତାଙ୍କ କ୍ରେଡିଟ୍ ପ୍ରୋଫାଇଲକୁ ଦୃଷ୍ଟିରେ ରଖି ଗୃହଋଣ ପ୍ରୋସେସିଂ ଫି ଛାଡ଼ କରିବାର ଘୋଷଣା କରିଛି ।

ଅନ୍ୟପକ୍ଷରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ବେସ ଲେଣ୍ଡିଂ ରେଟ ଓ ପ୍ରାଇମ ଲେଣ୍ଡିଂ ରେଟ ହ୍ରାସ କରିଛି । ବେସ ଲେଣ୍ଡିଂ ରେଟ୍ ୭.୪୫ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ପ୍ରାଇମ ଲେଣ୍ଡିଂ ରେଟ୍ ୧୨.୨ ପ୍ରତିଶତକୁ ହ୍ରାସ ପାଇଛି । ସେପ୍ଟେମ୍ବର ୧୫ରୁ ଏହା ଲାଗୁ ହୋଇଛି ।

ସମ୍ବନ୍ଧିତ ଖବର