ଋଣ ସୁଧହାର ୨୫ ବେସିସ ପଏଣ୍ଟ କମାଇଲା ଷ୍ଟେଟ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ପକ୍ଷରୁ ନିଜର ଋଣ ସୁଧହାର ହ୍ରାସ କରାଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର କମାଯିବା ପରେ ଆଶା କରାଯାଉଥିଲା ଯେ ଷ୍ଟେଟ ବ୍ୟାଙ୍କ ନିଜର ଋଣ ସୁଧହାରକୁ କମାଇବ ।

ଷ୍ଟେଟ ବ୍ୟାଙ୍କ ନିଜର ସର୍ବନିମ୍ନ ଋଣ ସୁଧହାର ବା ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ (ଏମସିଏଲଆର)କୁ ୨୫ ବେସିସ ପଏଣ୍ଟ ବା ୦.୨୫ ପ୍ରତିଶତ ହ୍ରାସ କରାଯାଇଛି । ସବୁ ମିଆଦର ଋଣ ପାଇଁ ଏମସିଏଲଆରକୁ ହ୍ରାସ କରାଯାଇଛି । ଏହା ଫଳରେ ବର୍ଷିକିଆ ମିଆଦ ପାଇଁ ଋଣସୁଧହାର ୭.୨୫ ପ୍ରତିଶତରୁ ୭ ପ୍ରତିଶତକୁ କମିଛି । ବେସରେଟ ମଧ୍ୟ ୭୫ ବେସିସ ପଏଣ୍ଟ ହ୍ରାସ ପାଇ ୭.୪୦ ପ୍ରତିଶତରେ ପହଞ୍ଚିଛି ।

ମେ ୨୭ ତାରିଖରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସ୍ଥାୟୀ ଜମା ଉପରେ ଦିଆଯାଉଥିବା ସୁଧହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା । କେବଳ ଏତିକି ନୁହେଁ, ୨ କୋଟିରୁ ଅଧିକ ପରିମାଣର ସ୍ଥାୟୀ ଜମା ଉପରେ ସୁଧହାର ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ହ୍ରାସ କରାଯାଇଥିଲା । ଏହି ହ୍ରାସ ପରେ ୫ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ କରାଯାଉଥିବା ସ୍ଥାୟୀ ଜମା ଉପରେ ଦିଆଯାଉଥିବା ସୁଧହାର ୫.୪୦ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ପୂର୍ବରୁ ୫.୭୦ ପ୍ରତିଶତ ଥିଲା ।

ସମ୍ବନ୍ଧିତ ଖବର