ମୁମ୍ବାଇ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ଏମସିଏଲଆର (ସର୍ବନିମ୍ନ ଋଣ ସୁଧହାର) ହ୍ରାସ କରିଛି। ଅର୍ଥାତ୍ ଏସବିଆଇ ଏହାର ସୁଧ ହାର ହ୍ରାସ କରିଛି, ଯାହା ଗୃହ ଋଣ ଏବଂ ଅନ୍ୟ ଖୁଚୁରା ଋଣରେ ପ୍ରତିଫଳିତ ହେବ । 

Advertisment

ଏସବିଆଇ ଏକ ବର୍ଷର ଏମସିଏଲଆର ଅବଧି ପାଇଁ ସୁଧ ହାରକୁ ୨୫ ବେସିସ୍ ପଏଣ୍ଟ ବା ୦.୨୫% ହ୍ରାସ କରିଥିବା ବେଳେ ଅନ୍ୟ କାର୍ଯ୍ୟକାଳ ପାଇଁ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସଂଶୋଧିତ ଏମସିଏଲଆର ଅକ୍ଟୋବର ୧୫, ୨୦୨୪ରୁ କାର୍ଯ୍ୟକାରୀ ହୋଇଛି । ଏମସିଏଲଆର ଭିତ୍ତିକ ସୁଧ ହାରକୁ ୮.୨୦%ରୁ ୯.୧% ମଧ୍ୟରେ ଆଡଜଷ୍ଟ କରାଯାଇଛି। ଓଭରନାଇଟ୍ ଏମସିଏଲଆର ୮.୨୦% ଥିବା ବେଳେ ଏକ ମାସର ହାର ୮.୪୫%ରୁ ୮.୨୦%କୁ ହ୍ରାସ କରାଯାଇଛି, ଯାହା କି ୨୫ ବେସିସ୍ ପଏଣ୍ଟ ହ୍ରାସ ପାଇଛି। ୬ ମାସର ଏମସିଏଲଆର ୮.୮୫% ଧାର୍ଯ୍ୟ କରାଯାଇଛି। ଗୋଟିଏ ବର୍ଷର ଏମସିଏଲଆରକୁ ୮.୯୫%, ଦୁଇ ବର୍ଷର ଏମସିଏଲଆର ୯.୦୫% ଏବଂ ତିନି ବର୍ଷର ଏମସିଏଲଆରକୁ ୯.୧%କୁ ସଂଶୋଧନ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଋଣନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରହିଥିଲା ।