ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ‘ଭାରତୀୟ ଷ୍ଟେଟ ବ୍ୟାଙ୍କ’ର ପରବର୍ତ୍ତୀ ଅଧ୍ୟକ୍ଷ ରଜନୀଶ କୁମାର ହେବେ ବୋଲି ବୁଧବାର ସରକାରଙ୍କ କାର୍ମୀକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସୂଚନା ଦେଇଛନ୍ତି। ବର୍ତମାନର ଏସ୍ବିଆଇ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ଅବସର ଆଗାମୀ ଅକ୍ଟୋବର ୬ରେ ଶେଷ ହେବା ପରେ ରଜନୀଶ କୁମାର ଅକ୍ଟୋବର ୭ରେ ନୂତନ ଅଧ୍ୟକ୍ଷ ପଦଭାର ଦାୟିତ୍ୱ ନେବେ। କ୍ୟାବିନେଟ କମିଟି ରଜନୀଶଙ୍କ ନିଯୁକ୍ତିକୁ ୩ବର୍ଷ ପାଇଁ ମଞ୍ଜୁରୀ ଦେଇଛି। କାର୍ମୀକ ଓ ପ୍ରଶିକ୍ଷଣ ବିଭାଗ ଦ୍ୱାରା ରାଜନୀଶ କୁମାରଙ୍କ ନିଯୁକ୍ତିକୁ ଜାରି କରାଯାଇଛି। ସୂଚନାଯୋଗ୍ୟ, ରଜନୀଶ କୁମାର ଏସ୍ବିଆଇର ଅଧ୍ୟକ୍ଷ ପଦ ପାଇଁ ଦୌଡ଼ରେ ଆଗ ଧାଡ଼ିରେ ଥିଲେ।
ସଂକ୍ଷେପରେ ରଜନୀଶ
ଏସ୍ବିଆଇର ପରିଚାଳନା ନିର୍ଦ୍ଦେଶକ ପଦରେ କାମ କରିଥିବା କୁମାର, ୧୯୮୦ରେ ପ୍ରୋବେସନାରୀ ଅଧିକାରୀ ଭାବରେ ଯୋଗ ଦେଇଥିଲେ। ୩୭ ବର୍ଷର ଚାକିରି ଜୀବନରେ ରାଜନୀଶ ଅନେକ ବିଭାଗରେ ଓ ବିଭିିନ୍ନ ଶାଖାରେ କାମ କରିଛନ୍ତି। ୨୦୧୫ରେ ନ୍ୟାସନାଲ ବ୍ୟାଙ୍କିଙ୍ଗ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ହେବା ପୂର୍ବରୁ ରଜନୀଶ ମାରଚେଣ୍ଟ ବ୍ୟାଙ୍କିଙ୍ଗ ବିଭାଗର ଦାୟିତ୍ୱରେ ଥିଲେ। ଏଥି ସହିତ ସେ ଏସବିଆଇର କ୍ୟାପିଟାଲ ମାର୍କେଟରେ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରେ କାମ କରିଛନ୍ତି। ସେ ଏବେ ବ୍ୟାଙ୍କର ରିଟାଇଲ ବିଜନେସ ମୁଖ୍ୟ ପଦରେ ଅଛନ୍ତି।
ଏସ୍ବିଆଇର ପ୍ରଥମ ମହିଳା ଅଧ୍ୟକ୍ଷା ନେବେ ଅବସର
ବର୍ତମାନର ଏସବିଆଇ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆଗାମୀ ଅକ୍ଟୋବର ୬ରେ ଶେଷ ହେବ। ଭଟ୍ଟାଚାର୍ଯ୍ୟଙ୍କୁ ୨୦୧୩ରେ ଏସ୍ବିଆଇର ଅଧ୍ୟକ୍ଷା ପଦରେ ନିଯୁକ୍ତି ମିଳିଥିଲା। ପରେ ସରକାର ତାଙ୍କର କାର୍ଯ୍ୟକାଳକୁ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ପ୍ରଥମ ମହିଳା ଅଧ୍ୟକ୍ଷା। ସେ ୧୯୭୭ରେ ଏସ୍ବିଆଇରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/sbi1.jpg)
/sambad/media/post_attachments/wp-content/uploads/2017/10/arundhati-bhattacharya-300x169.jpg)