୧ ମାସ ମଧ୍ୟରେ ୟେସ୍‌ ବ୍ୟାଙ୍କର ପୁନର୍ଗଠନ, ନିବେଶ କରିବ ଷ୍ଟେଟ ବ୍ୟାଙ୍କ : ସୀତାରମଣ

ନୂଆଦିଲ୍ଲୀ : ଆସନ୍ତା ୧ ମାସ ମଧ୍ୟରେ ଆର୍ଥିକ ସଂକଟରେ ପଡ଼ିଥିବା ୟେସ୍‌ ବ୍ୟାଙ୍କର ପୁନର୍ଗଠନ କରାଯିବ । ଯଦ୍ୱାରାକି ଶୁକ୍ରବାରଠାରୁ ଲାଗୁ ହୋଇଥିବା କଟକଣା ସମୟ ଶେଷ ହେବା ପରେ ବ୍ୟାଙ୍କ ସ୍ୱାଭାବିକ ଭାବେ ଚାଲିପାରିବ ଓ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୟେସ ବ୍ୟାଙ୍କକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବାକୁ ରାଜି ହୋଇଛି ଓ ଏଥିରେ ନିବେଶ କରିବାକୁ  ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।

ଗତକାଲି ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ  ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିଛନ୍ତି । ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବେ ନାହିଁ  କିମ୍ବା ନୂଆ ନିବେଶ କରିପାରିବେ ନାହିଁ । ୟେସ ବ୍ୟାଙ୍କର ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ ଏସବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ନିଯୁକ୍ତ କରିଛି । ୟେସ ବ୍ୟାଙ୍କ ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ଷ୍ଟକ ବଜାରରେ ୟେସ ବ୍ୟାଙ୍କର ସେୟାର ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର