ପୁରୀରେ ଏସ୍‌ବିଆଇର ଭ୍ରାମ୍ୟମାଣ ଏଟିଏମ୍

ଭୁବନେଶ୍ବର: ରଥାଯାତ୍ରା ଉପଲକ୍ଷେ ପୁରୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଭ୍ରାମ୍ୟମାଣ ଏଟିଏମ୍ ସେବା ଆରମ୍ଭ ହୋଇଛି। ଗତ ୩ ତାରିଖରୁ ଏହି ଏଟିଏମ୍ ପୁରୀ ସହରରେ ଦିନତମାମ ସେବା ଯୋଗାଉଛି। ପ୍ରତ୍ୟହ ପ୍ରାୟ ୩୦୦ ଗ୍ରାହକଙ୍କୁ ଏହି ଏଟିଏମ ସେବା ଯୋଗାଉଛି। ବିଶେଷକରି ବାହାରୁ ଆସିଥିବା ଯାତ୍ରୀ ଏବଂ ଶ୍ରଦ୍ଧାଳୁମାନେ ଏହି ଏଟିଏମ ବ୍ୟବହାର କରୁଛନ୍ତି। ଷ୍ଟେଟ ବ୍ୟାଙ୍କର ପ୍ରବକ୍ତାଙ୍କ କହିବାନୁସାରେ ଏହି ଏଟିଏମ୍ ସେବା ଆସନ୍ତା ସୁନାବେଶ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର