ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଜୁନ ୩୦ ପର୍ଯ୍ୟନ୍ତ ଏଟିଏମ ବ୍ୟବହାର ଶୁଳକ ଛାଡ଼

ମୁମ୍ବାଇ : ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଆସନ୍ତା ଜୁନ୩୦ ପର୍ଯ୍ୟନ୍ତ ଯେକୌଣସି ଏଟିଏମରୁ ଟଙ୍କା ଉଠାଣ ଉପରେ କୌଣସି ଶୁଳକ ଲାଗୁ ହେବ ନାହିଁ । ଏ ସଂପର୍କରେ ବ୍ୟାଙ୍କ ପକ୍ଷରୁ ଟ୍ୱିଟ କରି ଘୋଷଣା କରାଯାଇଛି ।

ଏହି ଟ୍ୱିଟରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଗତ ମାର୍ଚ୍ଚ ୨୪ ତାରିଖରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଏଟିଏମ ଶୁଳକ ଛାଡ଼ ଉପରେ ଘୋଷଣା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆସନ୍ତା ଜୁନ ୩୦ ପର୍ଯ୍ୟନ୍ତ ଛାଡ଼ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାହକମାନେ ଷ୍ଟେଟ ବ୍ୟାଙ୍କ ଏଟିଏମ କିମ୍ବା ଅନ୍ୟ ଏଟିଏମରୁ ଟଙ୍କା ଉଠାଣ ଉପରେ କୌଣସି ଶୁଳକ ଲାଗୁ ହେବ ନାହିଁ । ପୂର୍ବରୁ ପ୍ରଚଳିତ ଶୁଳକମୁକ୍ତ ଏଟିଏମ ସୀମାକୁ ମଧ୍ୟ ଉଠାଇ ଦିଆଯାଇଛି ।
ପ୍ରଚଳିତ ସୀମା ଅନୁସାରେ ଗ୍ରାହକମାନେ ନିଜ ବ୍ୟାଙ୍କର ଏଟିଏମରୁ ମାସକୁ ୫ ଥର ବିନା ଶୁଳକରେ ଓ ଅନ୍ୟ ବ୍ୟାଙ୍କର ଏଟିଏମରୁ ମାସକୁ ୩ ଥର ବିନା ଶୁଳକରେ ଟଙ୍କା ଉଠାଇ ପାରୁଥିଲେ । ଷ୍ଟେଟ ବ୍ୟାଙ୍କର ନୂଆ ନିୟମ ଅନୁସାରେ ଜୁନ ୩୦ ପର୍ଯ୍ୟନ୍ତ ଗ୍ରାହକମାନେ ଯେ କୌଣସି ଏଟିଏମରୁ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ଉଠାଣ ବିନା ଶୁଳକରେ ଉଠାଣ କରିପାରିବେ । ମାସକୁ ୫ ଥରରୁ ଅଧିକ ଥର ପାଇଁ ଟଙ୍କା ଉଠାଇଲେ ମଧ୍ୟ ଶୁଳକ ଲାଗୁ ହେବ ନାହିଁ ।

ସମ୍ବନ୍ଧିତ ଖବର