ଆରଟିଜିଏସ, ଏନଇଏଫଟି ଓ ଆଇଏମପିଏସ ଦେୟ ଛାଡ କଲା ଏସବିଆଇ

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆରଟିଜିଏସ, ଏନଇଏଫଟି ଓ ଆଇଏମପିଏସ ଦେୟ ଛାଡ କରାଯାଇଛି । ଆରଟିଜିଏସ, ଏନଇଏଫଟି ଦେୟ ଛାଡ ଜୁଲାଇ ୧ରୁ ଲାଗୁ ହେବାକୁ ଥିବାବେଳେ ଆଇଏମପିଏସ ଦେୟ ଛାଡ ଅଗଷ୍ଟ ୧ରୁ ଲାଗୁ ହେବ ବୋଲି ଏସବିଆଇ ଘୋଷଣା କରିଛି ।

ରିଜର୍ଭ ବ୍ୟାଙ୍କ ନିଜର ଗତ ଋଣନୀତି ସମୀକ୍ଷାରେ ଏ ସଂପର୍କରେ ଘୋଷଣା କରିଥିଲା । ଡିଜିଟାଲ୍ ମାଧ୍ୟମରେ ଟଙ୍କା ପଠାଇବା ପାଇଁ ତିନି ପ୍ରକାର ବ୍ୟବସ୍ଥା ରହିଛି। ତାହା ହେଉଛି ଏନ୍ଇଏଫ୍ଟି, ଆର୍ଟିଜିଏସ୍ ଓ ଆଇଏମ୍ପିଏସ୍। ଏନ୍ଇଏଫ୍ଟି ହେଉଛି ନ୍ୟାସନାଲ ଇଲେକଟ୍ରୋନିକ୍ ଫଣ୍ଡ୍ସ ଟ୍ରାନ୍ସଫର ଓ ଆର୍ଟିଜିଏସ୍ ହେଉଛି ରିଅଲ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ ସିଷ୍ଟମ(ଆର୍ଟିଜିଏସ୍)। ଏନ୍ଇଏଫ୍ଟିରେ ସାଧାରଣତଃ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଓ ଆର୍ଟିଜିଏସ୍ରେ ୨ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ହେଉଛି। ଦେଶରେ ଡିଜିଟାଲ୍ କାରବାର ପରିମାଣ ବଢ଼ାଇବା ଲକ୍ଷ୍ୟ ନେଇ ଏନ୍ଇଏଫ୍ଟି ଓ ଆର୍ଟିଜିଏସ୍ ଉପରୁ ଚାର୍ଜ ଛାଡ଼ କରାଯାଇଛି। ପୂର୍ବରୁ କେବଳ ୟୁପିଆଇରେ ଟଙ୍କା ପଠାଇବା ବେଳେ ଶୁଳ୍କ ଦେବାକୁ ପଡ଼ୁନଥିଲା ।

ସମ୍ବନ୍ଧିତ ଖବର