ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କଲା ଷ୍ଟେଟ୍ ବ୍ୟାଙ୍କ୍

ମୁମ୍ବାଇ : ଭାରତର ବହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିବାକୁ ଘୋଷଣା କରାଯାଇଛି । ଏହି ସେବା ମାଧ୍ୟମରେ ଗ୍ରାହକମାନେ ହ୍ବାଟ୍ସଆପ ମାଧ୍ୟମରେ କେତେକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ସେବା, ଯେପରିକି ବାଲାନ୍ସ ଚେକ୍, ମିନି ଷ୍ଟେଟମେଣ୍ଟ ଆଦି ପାଇପାରିବେ ।

ବୁଧବାରଦିନ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଟୁଇଟ କରି ଏହି ସେବା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସେବା ଆରମ୍ଭ ହେବା ପରେ ଗ୍ରାହକମାନଙ୍କୁ ବାଲାନ୍ସ ଚେକ୍ କିମ୍ବା ମିନି ଷ୍ଟେଟମେଣ୍ଟ ପାଇଁ ଆପ୍ ଡାଉନଲୋଡ କିମ୍ବା ଏଟିଏମ ଯିବାକୁ ପଡ଼ିବ ନାହିଁ ।

ଜୁଲାଇ ୧ରେ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ଦିନେଶ ଖାରା ଏହି ହ୍ବାଟ୍ସଆପ ସେବା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରିଥିଲେ । କିନ୍ତୁ କେବେ ଏହି ସେବା ଆରମ୍ଭ ହେବ ସେସମ୍ପର୍କରେ ସେ କୌଣସି ସୂଚନା ଦେଇନଥିଲେ ।

 

କିପରି ପାଇବେ ଏସବିଆଇ ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ୍ ସେବା ?

ଏହି ସେବା ପାଇବା ପାଇଁ ପ୍ରଥମେ ଷ୍ଟେଟ ବ୍ୟାଙ୍କ ସହ ପଂଜୀକୃତ ମୋବାଇଲ ନମ୍ବରରୁ WAREG ନିଜର ଆକାଉଣ୍ଟ ନମ୍ବର ଲେଖି 917208933148 କୁ ଏସଏମଏସ କରିବାକୁ ହେବ । ଏହା ମାଧ୍ୟମରେ ହ୍ବାଟ୍ସଆପ ସେବା ପାଇଁ ଆପଣ ବ୍ୟାଙ୍କ ସହ ପଂଜୀକରଣ କରିପାରେବେ ଓ ନିଜର ସମ୍ମତ୍ତି ଦେଇପାରିବେ ।

ଏହା ପରେ ଆପଣ ହ୍ବାଟ୍ସଆପ ମାଧ୍ୟମରେ +919022690226 ନମ୍ବରରେ ‘Hi’ ଲେଖି ଏକ ମେସେଜ ପଠାଇବାକୁ ପଡ଼ିବ । ଏହା ପରେ ଷ୍ଟେଟ ବ୍ୟାଙ୍କରୁ ଆପଣ ଏକ ଜବାବ (ଉତ୍ତର) ପାଇପାରିବେ । ଏହା ସହିତ ଆପଣଙ୍କ ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ ସେବା ଆକ୍ଟିଭେଟ ହୋଇଯିବ ।

 

ସମ୍ବନ୍ଧିତ ଖବର