ଆଜି ବ୍ୟାହତ ହେବ ଏସ୍‌ବିଆଇର ଡିଜିଟାଲ ସେବା, ସାଢ଼େ ୬ ଘଣ୍ଟା ପାଇଁ ଉପଲବ୍ଧ ହେବନାହିଁ

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଂ ସେବା ୨୨ ତାରିଖରେ ପାଖାପାଖି ସାଢ଼େ ୬ ଘଣ୍ଟା ପାଇଁ ଉପଲବ୍ଧ ହେବନାହିଁ। ଆଜି ରାତି ୨ଟାରୁ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବ୍ୟାଙ୍କ ଏହାର ଡିଜିଟାଲ ପ୍ଲାଟଫର୍ମର ଉନ୍ନତୀକରଣ କରିବ। ଏହି ସମୟ ମଧ୍ୟରେ ବ୍ୟାଙ୍କର ଇଣ୍ଟରନେଟ୍‌ ବ୍ୟାଙ୍କିଂ, ୟୋନୋ, ୟୋନୋ ଲାଇଟ, ୟୋନୋ ବିଜ୍‌ନେସ୍‌ ଏବଂ ୟୁପିଆଇ ସେବା ଉପଲବ୍ଧ ହେବ ନାହିଁ ବୋଲି ଆଜି ବ୍ୟାଙ୍କ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ପୂର୍ବରୁ ଗତମାସ ୧୧ ତାରିଖରେ ରକ୍ଷଣାବେକ୍ଷଣ ସେବା ପାଇଁ ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଂ ସେବା ବ୍ୟାହତ ହୋଇଥିଲା। ତେବେ ବ୍ୟାଙ୍କର ଗ୍ରାହକମା‌େନ ଏସଏମଏସ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟର ବାଲାନ୍ସ ଜାଣିପାରିବେ କିମ୍ବା ମିନି ଷ୍ଟେଟମେଟ୍ ପାଇପାରିବେ। ବାଲାନ୍ସ ଜାଣିବା ପାଇଁ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ ‘BAL’ ଲେଖି ୦୯୨୨୩୭୬୬୬୬୬କୁ ମେସେଜ୍ କରିବାକୁ ହେବ।

ସମ୍ବନ୍ଧିତ ଖବର