ଭୁବନେଶ୍ୱର: ଦେଶର ସବୁଠୁ ବ୍ୟାପକ ବିଜନେସ୍ କ୍ରେଡିଟ୍ କାର୍ଡ-ଏସବିଏମ୍ ଏନ୍କ୍ୟାସ୍ ରୁପେ ବିଜନେସ୍ କ୍ରେଡିଟ୍ କାର୍ଡ ଆଣିବା ପାଇଁ ଏସ୍ବିଏମ୍ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ ଏନ୍କ୍ୟାସ୍, ୟାପ୍ ଓ ରୁପେ ସହ ସହଯୋଗିତା ସ୍ଥାପନ କରାଯାଇଛି । ଏହି କର୍ପୋରେଟ୍ କ୍ରେଡିଟ୍ କାର୍ଡ ରୁପେ ନେଟ୍ୱର୍କକୁ ବ୍ୟବହାର କରିବ ଏବଂ ଏସ୍ଏମ୍ଇ, ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ପାଇଁ ଏସବିଏମ୍ ବ୍ୟାଙ୍କ ଟଚପଏଣ୍ଟରେ ତୁରନ୍ତ ଡିଜିଟାଲ୍ ଓ କାଗଜବିହୀନ ଭାବେ ଜାରି କରାଯିବ ।
ଏସବିଏମ ଏନକ୍ୟାସ ରୁପେ ବିଜନେସ୍ କାର୍ଡକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଯାହା ବ୍ୟବସାୟ ପାଇଁ କିଣାକିଣି, ବିଲ୍ ପେମେଣ୍ଟ, ପରିବହନ ଖର୍ଚ, ସ୍ୱୟଂକ୍ରିୟ ଜିଏସ୍ଟି, ଭଡ଼ା ପ୍ରଦାନ, ଯୋଗାଣକାରୀଙ୍କୁ ପେମେଣ୍ଟ, ଅନଲାଇନ୍ରେ ସଫ୍ଟଓୟାର କିଣିବା, କ୍ଲାଉଡ୍ ବିଲ୍ ପେମେଣ୍ଟ, ୟୁଟିଲିଟି ବିଲ୍ ପେମେଣ୍ଟ, ଇନଭେଣ୍ଟୋରିର ଅନଲାଇନ୍ କିଣାକିଣି ଆଦିର ମିଶ୍ରଣକୁ ନେଇ ୩୦ ଦିନର କ୍ରେଡିଟ୍ ଅବଧି ପ୍ରଦାନ କରିବ ଓ ଖର୍ଚ ଉପରେ ନଜର ରଖି ବ୍ୟବସାୟର ଖର୍ଚ ଓ ଫାଇନାନ୍ସକୁ ଶୃଙ୍ଖଳିତ କରିବ ।
ଏହି ସହଯୋଗିତା ସମ୍ପର୍କରେ ଏସବିଏମ୍ ବ୍ୟାଙ୍କ ଇଣ୍ଡିଆର ରିଟେଲ୍ ଆଣ୍ଡ୍ କଂଜ୍ୟୁମର ବ୍ୟାଙ୍କିଙ୍ଗ୍ ମୁଖ୍ୟ ନୀରଜ ସିହ୍ନା କହିଛନ୍ତି ଯେ, “କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ନଗଦ ରାଶି ଓ ପାଣ୍ଠି ହାସଲ କରିବା ବଡ଼ ଆହ୍ୱାନ ହୋଇରହିଛି । ଏକ ନୂତନ ବ୍ୟାଙ୍କ ଭାବେ ଆମେ ସବୁବେଳେ ଏଭଳି କିଛି ସମାଧାନ ଉପସ୍ଥାପନ କରୁଛୁ ଯାହା ଏହି କ୍ଷେତ୍ରର ପ୍ରମୁଖ ସମସ୍ୟାର ସମାଧାନ କରିବ, ଯେଉଁମାନଙ୍କ ପାଖରେ ବର୍ତମାନ ସୁଦ୍ଧା ପାରମ୍ପରିକ ବ୍ୟାଙ୍କ ପହଞ୍ଚି ପାରିନାହାନ୍ତି । ଏହି କ୍ଷେତ୍ରରେ ଆମେ ଗର୍ବର ସହିତ ଏସବିଏମ୍ ଏନ୍କ୍ୟାସ୍ ରୁପେ ବିଜନେସ୍ କାର୍ଡକୁ ଉପସ୍ଥାପନ କରୁଛୁ । ଏହା କେବଳ ବ୍ୟବସାୟ ଖର୍ଚ ଉପରେ ୩୦ ଦିନର କ୍ରେଡିଟ୍ ପ୍ରଦାନ କରିବ ନାହିଁ ବରଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସ୍ୱଚ୍ଛତା ଓ ପ୍ରଯୁକ୍ତି ଜରିଆରେ କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରି ଅଧିକ ପ୍ରଭାବୀ କରିପାରିବ ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sbm-bank.jpg)