ଟେଲିକମ କମ୍ପାନିମାନଙ୍କ ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ, ଜାନୁଆରି ୨୩ ସୁଦ୍ଧା ୧.୪୭ ଲକ୍ଷ କୋଟି ପୈଠ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ଟେଲିକମ କମ୍ପାନିମାନେ ପୁଣି ଥରେ ସୁପ୍ରିମକୋର୍ଟରେ ନିରାଶ ହୋଇଛନ୍ତି । ସୁପ୍ରିମକୋର୍ଟ ଏହି କମ୍ପାନିମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିବା ସହ ଆସନ୍ତା ଜାନୁଆରି ୨୩ ସୁଦ୍ଧା ବକେୟା ୧.୪୭ ଲକ୍ଷ କୋଟି ସରକାରଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏସଏ ନାଜିର ଓ ଜଷ୍ଟିସ ଏମଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହିପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ।

ଗତ ବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ଏକ ରାୟ ପ୍ରଦାନକରି କହିଥିଲେ ଯେ ଟେଲିକମ କମ୍ପାନିର ମୋଟ ଆୟ (ଟେଲିକମ ଓ ଅଣଟେଲିକମ ରାଜସ୍ୱ) କୁ ଭିତ୍ତିକରି ହିଁ ବୈଧାନିକ ଦେୟ (ଲଇସେନ୍ସ ଫି, ଟିକସ, ସେସ ଇତ୍ୟାଦି) ନିର୍ଣ୍ଣୟ କରାଯିବ ।
ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତ ନଭେମ୍ବର ମାସରେ ଘୋଷଣା କରିଥିଲେ ଯେ ବିଭିନ୍ନ ଟେଲିକମ କମ୍ପାନିଙ୍କ ନିକଟରେ ସରକାରଙ୍କର ପ୍ରାୟ ୧ ଲକ୍ଷ ୪୭ ହଜାର କୋଟି ଟଙ୍କା ବକେୟା ରହିଛି ।

ଏହି ପୁନର୍ବିଚାର ଆବେଦନକୁ ଖାରଜ ଖାରଜ ହେବା ପରେ ଏକ କ୍ୟୁରେଟିଭ ପିଟିସନ ଦାଖଲ କରିବା ବିଷୟରେ ଏୟାରଟେଲ ଘୋଷଣା କରିଛି । ଏୟାରଟେଲ ସ୍ପେକ୍ଟ୍ରମ ଫି ବାବଦରେ ପ୍ରାୟ ୨୧,୬୮୨ କୋଟି ଟଙ୍କା ବକେୟା ରଖିଛି । ସେହିପରି ଭୋଡ଼ାଫୋନ ପ୍ରାୟ ୧୯,୮୨୩ କୋଟି ଟଙ୍କା ବକେୟା ରଖିଛି ।

ସମ୍ବନ୍ଧିତ ଖବର