ଜୋମାଟୋ ଖାଦ୍ୟ ଡେଲିଭରିରେ ବି ଘୋଟାଲା, କେମିତି ହେଉଛି ଜାଣନ୍ତୁ

ମୁମ୍ବାଇ : ସରାକାରୀ ବିଭାଗଠାରୁ ଆରମ୍ଭ କରି ଘରୋଇ କମ୍ପାନି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦୁର୍ନୀତି ପ୍ରବେଶ କରିସାରିଛି । କିନ୍ତୁ ଏବେ ଏପରି ଏକ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି, ତାହା ଆପଣ ବିଶ୍ବାସ କରିପାରିବେ ନାହିଁ । ତାହା ହେଉଛି ଅନଲାଇନ ଖାଦ୍ୟ ଯୋଗାଣକାରୀ କମ୍ପାନି ଜୋମାଟୋରେ ।

ବିନୟ ସତି ନାମକ ଜଣେ ବ୍ୟକ୍ତି ଅନଲାଇନରେ ଖାଦ୍ୟ ମଗାଇବା ପରେ ଏହି ସ୍କାମ ସଂପର୍କରେ ଜାଣିବାକୁ ପାଇଥିଲେ । ଏ ସଂପର୍କରେ ସେ ସୋସିଆଲ ମିଡିଆ ସାଇଟ୍ ଲିଙ୍କଡଇନରେ ଏକ ପୋଷ୍ଟ କରିବା ପରେ ଜୋମାଟୋର ସିଇଓ ଦିପେନ୍ଦର ଗୋଏଲ ତାହାର ଜବାବ ଦେଇ ଲେଖିଛନ୍ତି ଯେ ଏହି ଦୁର୍ବଳତାକୁ ବନ୍ଦ କରିବାକୁ ଉଦ୍ୟମ ଚାଲିଛି ।

ଏକ ଲିଙ୍କଡଇନ୍ ପୋଷ୍ଟରେ ଡେଲିଭରୀ ଏଜେଣ୍ଟଙ୍କ କାହାଣୀ ସେୟାର କରି ଶ୍ରୀ ସତି ଲେଖିଛନ୍ତି ଯେ ଥରେ ସେ ଅନଲାଇନରେ ବର୍ଗର ମଗାଇଥିଲେ । ବର୍ଗର ନେଇ ଆସିଥିବା ଡେଲିଭରି ବୟ ତାଙ୍କୁ କହିଲା ଯେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ଅର୍ଡର କରିବେ ସେ  ପେମେଣ୍ଟ ପାଇଁ ସିଓଡି (କ୍ୟାସ୍ ଅନ୍ ଡେଲିଭରୀ) ବିକଳ୍ପ ବାଛିବେ। ଏପରି ହେଲେ ସେ ୭୦୦-୮୦୦ ଟଙ୍କା ମୂଲ୍ୟର ଖାଦ୍ୟ ଅର୍ଡର କରିପାରିବେ, କିନ୍ତୁ ପ୍ରକୃତରେ ତାଙ୍କୁ ମାତ୍ର ୨୦୦ ଟଙ୍କା ଦେବାକୁ ପଡିବ। ଡେଲିଭରି ବୟ ଜୋମାଟୋକୁ ଦେଖାଇବି ଯେ ଗ୍ରାହକ ଖାଦ୍ୟ ଗ୍ରହଣ କରିନାହାନ୍ତି, କିନ୍ତୁ ପ୍ରକୃତରେ ତାଙ୍କୁ ଖାଦ୍ୟ ଡେଲିଭରି ଦିଆଯାଇଥିବ । ସତି ଲେଖିଛନ୍ତି ଯେ ଡେଲିଭରି ବୟର ଅଫରକୁ ଗ୍ରହଣ କରିନଥିଲେ ।

ସମ୍ବନ୍ଧିତ ଖବର