ରାସ୍ତାକଡ଼ ଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସୁଲଭ ଋଣ ସହାୟତା, ୫ ହଜାର କୋଟିର ସ୍କିମ ଘୋଷଣା କଲେ ସୀତାରମଣ

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶରେ ଲକ୍ଷ ଲକ୍ଷ ରାସ୍ତାକଡ଼ ଦୋକାନୀ ଓ ଫେରିବାଲା ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଋଣ ସ୍କିମ ଘୋଷଣା କରିଛନ୍ତି ।

ଏହି ସ୍କିମ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ରାସ୍ତାକଡ଼ ଦୋକାନୀମାନେ ଲକଡାଉନ ଦ୍ୱାରା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ସରକାର ଅବଗତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ଏକ ମାମ ମଧ୍ୟରେ ଏକ ସ୍ୱତନ୍ତ୍ର ଋଣ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ଏହି ସ୍କିମ ମାଧ୍ୟମରେ ରାସ୍ତାକଡ଼ ଦୋକାନୀମାନଙ୍କୁ ୧୦ ହଜାର ଟଙ୍କାର ଚଳନ୍ତି ପୁଞ୍ଜି ପ୍ରଦାନ କରାଯିବ । ଡିଜିଟାଲ ପେମେଣ୍ଟର ବ୍ୟବହାର କରୁଥିବା ଓ ଉଚିତ ସମୟରେ ଋଣ ପରିଶୋଧ କରୁଥିବା ଦୋକାନୀମାନଙ୍କୁ ସ୍ୱତନ୍ତ୍ର ପ୍ରେତ୍ସାହନ ପ୍ରଦାନ କରାଯିବ । ଏହି ସ୍କିମ ଦ୍ୱାରା ଦେଶର ପ୍ରାୟ ୫୦ ଲକ୍ଷ ରାସ୍ତାକଡ଼ ଦୋକାନୀ ଉପକୃତ ହେବେ । ଏହି ସ୍କିମ ମାଧ୍ୟମରେ ୫ ହଜାର କୋଟି ଟଙ୍କାର ନଗଦ ଅର୍ଥ ବଜାରକୁ ଆସିବ ।

ସମ୍ବନ୍ଧିତ ଖବର