ଆଇଏମ୍‌ଏମ୍‌ଟି ପକ୍ଷରୁ ବିଜ୍ଞାନ ପ୍ରଦର୍ଶନୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍‌ ଆଣ୍ଡ ମ୍ୟାଟେରିଆଲସ୍‌ ଟେକ୍ନୋଲୋଜି (ଆଇଏମଏମଟି) ପକ୍ଷରୁ ତିନି ଦିନିଆ ବିଜ୍ଞାନ ପ୍ରର୍ଦଶନୀ ଚଳିତ ମାସ ୯,୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବ। ସିଏସ୍‌ଆଇଆର୍‌ର ପ୍ଲାଟିନମ୍‌ ଜୁବୁଲି ପାଳନ ଅବସରରେ ଆଚାର୍ଯ୍ୟ ବିହାରସ୍ଥିତ ଅନୁଷ୍ଠାନ ପ୍ରାଙ୍ଗଣରେ ଏହି ବିଜ୍ଞାନ ପ୍ରର୍ଦଶନୀ କରାଯାଉଛି। ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀକୁ ଦେଖିପାରିବେ । ଏହି ପ୍ରର୍ଦଶନୀ ସହ ବିଜ୍ଞାନ ବକୃତା ମେଳା ଏବଂ କୁଇଜ୍‌ ପ୍ରତିଯୋଗିତାର ମଧ୍ୟ ବ୍ୟବସ୍ଥା କରାଯାଇଛି । ସିଏସଆଇଆର୍‌ ଓ ଆଇଏମଏମଟି ଦ୍ୱାରା ଆୟୋଜିତ ଏହି ପ୍ରର୍ଦଶନୀରେ ୫୦୦ରୁ ଊର୍ଧ୍ୱ ନୂତନ ବୈଷିୟିକ ଜ୍ଞାନକୋଶଳରେ ନିର୍ମିତ ପଦାର୍ଥ ସବୁ ପ୍ରର୍ଦଶନ କରାଯିବ ।

ସମ୍ବନ୍ଧିତ ଖବର