ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି ପାଣି ଉପରେ ସ୍କୁଟର ଚାଲିବାର। ତେବେ ନିକଟରେ ଏଭଳି ଏକ ସ୍କୁଟର ଆସିଛି, ଯାହାକି ସଡ଼କରେ ଯେମିତି ପାଣିରେ ବି ସେମିତି ଚାଲି ପାରିବ।
/sambad/media/post_attachments/wp-content/uploads/2018/01/biski2-1-300x170.jpg)
ଏହି ସ୍କୁଟରକୁ ଗିବ୍ସ ନାମକ କମ୍ପାନି ପ୍ରସ୍ତୁତ କରିଛି। ଏହା ଉପରେ କେବଳ ଜଣେ ବି ବ୍ୟକ୍ତି ବସିବାର କ୍ଷମତା ରହିଛି। ସ୍ପିଡ୍ ତୁଳନାରେ ଏହି କୌଣସି ଗୁଣବତ୍ତା ମୋଟରସାଇକେଲା ଠାରୁ କମ୍ ନୁହେଁ। ଏହି ସ୍କୁଟର ପ୍ରତି ଘଣ୍ଟା ତୁଳନାରେ ସଡ଼କରେ ୧୪୦ କିଲୋମିଟର ଯାଉଥିବା ବେଳେ ପାଣିରେ ୬୦କିଲୋମିଟର ପର୍ଯ୍ୟନ୍ତ ଯିବାର କ୍ଷମତା ରହିଛି।
/sambad/media/post_attachments/wp-content/uploads/2018/01/biski4-1-300x170.jpg)
ସଡ଼କରେ ଚାଲୁ ଚାଲୁ ଯଦି ପାଣି ମୋଡରେ ଯିବାକୁ ଚାହାନ୍ତି ତେବେ କେବଳ ୫ସେକେଣ୍ଡ ଲାଗିବ। ସେହିପରି ପାଣିରୁ ସଡ଼କରେ ଚାଲିବା ପାଇଁ ଚାହିଁଲେ ମାତ୍ର ୩ସେକେଣ୍ଡର ସମୟ ଲାଗିବ। ଏହି ସ୍କୁଟର ଦୈର୍ଘ୍ୟ ୨୩୫୦, ପ୍ରସ୍ଥ ୯୫୦ ମିଲିମିଟର ଓ ଓଜନ ୩୪୮ କିଲୋ ରହିଛି। ହ୍ୟୁଲବେସ୍ର ୧୯୮୦ଏମଏମ୍।
/sambad/media/post_attachments/wp-content/uploads/2018/01/biski8-1-300x170.jpg)
ଏଥିରେ ଦୁଇଟି ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ଖଞ୍ଜା ଯାଇଛି। ଏହା ୫୫ବିଏଚପି ପାଓ୍ଵର ପ୍ରଦାନ କରିଥାଏ। ଏଥିରେ ଚାଳକଙ୍କ ସୁବିଧା ଉପରେ ବି ବିଶେଷ ଧ୍ୟାନ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/biski1-1-620x400.jpg)