ହ୍ବାଟସ୍‌ଆପ୍‌ରେ ସ୍କ୍ରିନ୍ ସେୟାର ସୁବିଧା ଶୀଘ୍ର

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍‌ ଫୋନ୍ ବ୍ୟବହାରକାରୀମାନେ ଖୁବ୍‌ଶୀଘ୍ର ହ୍ବାଟସ୍‌ଆପ୍‌ରେ ସ୍କ୍ରିନ୍ ସେୟାର ସୁବିଧା ପାଇବେ। ଭିଡିଓ କଲ୍‌ରେ ଥିବା ବେଳେ ସେମାନେ ନିଜ ସ୍କ୍ରିନ୍‌କୁ ଅନ୍ୟମାନଙ୍କ ସହ ସେୟାର କରିପାରିବେ। କ୍ୟାମେରା ସ୍ବିଚ୍‌ କରିବା ବିକଳ୍ପ ପାଖରେ ଏହି ସୁବିଧା ମିଳିବ। ଯେତେବେଳେ ଭିଡିଓ କଲ୍‌ ଜରିଆରେ ସ୍କ୍ରିନ୍ ସେୟାରିଂ ବିକଳ୍ପକୁ ସ୍ପର୍ଶ କରିବେ ଏକ ସତର୍କ ବାର୍ତା ଆସିବ। ସେଥିରେ ‘ଷ୍ଟାର୍ଟ ନାଓ’ ଲେଖା ରହିଥିବ। ତାହାକୁ ସ୍ପର୍ଶ କଲେ ନିଜ ସ୍କ୍ରିନ୍ ଅନ୍ୟମାନଙ୍କ ସହ ସେୟାର ହୋଇପାରିବ। ତେବେ ଏହି ସୁବିଧାରେ ଭିଡିଓ କଲ୍‌ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍ସନ ହୋଇରହିବନି।

ହ୍ବାଟସ୍‌ଆପ୍ ଏହାର ବ୍ୟବହାରକାରୀମାନଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ବିଭିନ୍ନ ପ୍ରକାର ନୂଆ ସୁବିଧାସୁଯୋଗ ଦେବା ଉପରେ କାମ କରୁଛି। ନିକଟରେ ଏହା ଚାଟ୍‌ଲକ୍‌ ଓ ମେସେଜ୍ ଏଡିଟ୍ କରିବା ସୁବିଧା ବିଷୟରେ ଘୋଷଣା କରିଥିଲା। ଏହା ବ୍ୟତୀତ ମୋବାଇଲ୍‌ ନମ୍ବର ଅନ୍ୟ କାହାକୁ ନଦେଇ ସ୍ବତନ୍ତ୍ର ୟୁଜର୍‌ ନେମ୍‌ ବ୍ୟବହାର କରି ଚାଟ୍‌ କରିବାର ସୁବିଧା ପ୍ରଦାନ କରିବା ଉପରେ ମଧ୍ୟ କଂପାନି କାମ କରୁଛି। ୟୁଜର ନେମ୍‌ ଜରିଆରେ ଚାଟ୍‌କଲେ ଆଉ ଅନ୍ୟମାନେ ମୋବାଇଲ୍‌ ନମ୍ବରକୁ ଦେଖିପାରିବେ ନାହିଁ। ଏହା ଦ୍ବାରା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ବଜାୟ ରହିପାରିବ।

ସମ୍ବନ୍ଧିତ ଖବର