ଲିଟର ପିଛା ୫ ଟଙ୍କାରେ ମିଳିବ ପାନୀୟ ସମୁଦ୍ର ଜଳ: ନିତିନ ଗଡ଼କରୀ

ଭୋପାଳ: ଭାରତରେ ପ୍ରତ୍ୟେକ ଘରକୁ ଲିଟର ପିଛା ୫ ଟଙ୍କା ଦରରେ ପାନୀୟ ସମୁଦ୍ର ପାଣିରୁ ପ୍ରସ୍ତୁତ ପାନୀୟ ଜଳ ପହଞ୍ଚିବ ବୋଲି ଶୁକ୍ରବାର ଦିନ କେନ୍ଦ୍ରୀୟ ଜଳ ସଂଶୋଧନ ମନ୍ତ୍ରୀ ନିତିନ ଗଡ଼କାରୀ କହିଛନ୍ତି । ଏହା ଫଳରେ ଭାରତରେ ପାନୀୟ ଜଳର ଅଭାବ ବହୁ ମାତ୍ରାରେ କମ ହୋଇଯିବ। ନୀତିନ ଦୁଇ ଦିନିଆ ନଦୀ ମହୋତ୍ସବ ସମାରୋହରେ ବହୁତ ଶୀଘ୍ର ଭାରତରେ ପ୍ରତ୍ୟେକ ଘରକୁ ଲିଟର ପିଛା ୫ଟଙ୍କା ହିସାବରେ ସମୁଦ୍ର ପାଣିରୁ ତିଆରି ପିଇବା ପାଣି ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତାମିଲନାଡ଼ୁର ତୁତିକୋରିନ ଅଞ୍ଚଳରେ ସମୁଦ୍ର ଜଳକୁ ମିଠା ପାନୀୟ ଜଳରେ ପରିବର୍ତ୍ତନ କରିବା ପାଇଁ ପରୀକ୍ଷା ଚାଲୁରହିଛି ।

Allure

ଗଡ଼କରୀ ଏହି ସଭାରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲୁଥିବା ମହାନଦୀ ବିବାଦକୁ କେନ୍ଦ୍ର କରି କେତେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଭାରତ ପାଇଁ ଏହା ଦୁର୍ଭାଗ୍ୟଜନକ କଥା କି କିଛି ରାଜ୍ୟ ନଦୀର ଭାଗବଣ୍ଟାକୁ ନେଇ ବିବାଦ କରୁଛନ୍ତି। କିନ୍ତୁ କେହି ପାକିସ୍ତାନ ଆଡ଼କୁ ଯାଉଥିବା ନଦୀ ବିଷୟରେ ଚିନ୍ତା କରୁନାହାନ୍ତି । ଭାରତ ଏବଂ ପାକିସ୍ତାନ ମୋଟ ମଧ୍ୟରେ ୬ଟି ନଦୀ ରହିଛି ।

ସବୁଠାରୁ ଖୁସିର ଖବର ଏହା କି ଇସ୍ରାଏଲ୍‌ ପ୍ରଦତ୍ତ ଜ୍ଞାନକୌଶଳ ମାଧ୍ୟମରେ ସମୁଦ୍ରର ଜଳକୁ ପାନୀୟ ଜଳରେ ପରିବର୍ତ୍ତନର ସଫଳ ପରୀକ୍ଷଣ କରାଯାଇଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ୍‌ ଗ୍ରସ୍ତ ସମୟରେ ଏହି ପ୍ରକଳ୍ପ ସମୀକ୍ଷା କରିଥିଲେ ଏବଂ ଏହାକୁ ଭାରତରେ ଆରମ୍ଭ କରିବେ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର