ଛଅ ମାସରେ ଏନ୍‌ପିଏ ବହୁତ ବଢ଼ିବ: ରାଜନ

ନୂଆଦିଲ୍ଲୀ: କ‌େରାନା ସଙ୍କଟ ପ୍ରଭାବରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ତାହାକୁ ସାଧାରଣ ପ୍ରକାର ମାନ୍ଦାବସ୍ଥା ସହ ତୁଳନା କରାଯାଇପାରିବ ନାହିଁ। କରୋନା ସଙ୍କଟ ସବୁ କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହାର ପ୍ରଭାବରେ ଭାରତର ଆର୍ଥିକ କ୍ଷେତ୍ରରେ ଏନ୍‌ପିଏ (ପରିଶୋଧ ହେଉନଥିବା ଋଣ) ବହୁତ ବଢ଼ିଯିବ। ଆସନ୍ତା ଛଅ ମାସରେ ଏହା ରେକର୍ଡ ସ୍ତର ଟପିଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏକ ୱେବିନାର୍‌ରେ କହିଛନ୍ତି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଲେଖିଥିବା ନିବନ୍ଧ ‘ଦୃଢ଼ ନିଷ୍ପତ୍ତି, ଦୃଢ଼ ରାଜନୈତିକ ଇଛାଶକ୍ତି’ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ରେଟିଂ ବଦଳରେ ବ୍ୟୟ ବଢ଼ାଇବା ଓ ସଙ୍କଟରୁ ମୁକୁଳିବା ଉପରେ ଅଧିକ ଧ୍ୟାନ ଦେବାକୁ ସେ ସରକାରଙ୍କୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର