ସେବିର ନିବେଶକ ସଚେନତନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ପକ୍ଷରୁ ନିବେଶକମାନଙ୍କ ସଚେତନତା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଅଜଣା ଏବଂ ସନ୍ଦିଗ୍ଧ ଲୋକଙ୍କ ନିକଟରୁ ଆସୁଥିବା ବିଭିନ୍ନ ଅବାଞ୍ଛିତ କଲ୍‌, ଏସ୍‌ଏମ୍‌ଏସ୍‌ ଏବଂ ଇମେଲ୍‌ ପ୍ରତି ସତର୍କ ରହିବାକୁ ସେବି ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ବିଶେଷକରି ନୂଆ ନିବେଶକମାନେ ଖଳ ଲୋକଙ୍କ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି। ତେଣୁ ନିବେଶକମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ନିବେଶ କରିବା ପାଇଁ ନିଷ୍ପତ୍ତି ନେବାପୂର୍ବରୁ ସଚେତନ ହେବାକୁ କୁହାଯାଇଛି। ଲୋକ ଏବଂ ନିବେଶକମାନଙ୍କୁ ସଚେତନ କରାଇବା ପାଇଁ ରେଡିଓ, ଟିଭି ଏବଂ ସମ୍ବାଦପତ୍ର ଆଦିରେ ସେବି ବ୍ୟାପକ ମାତ୍ରାରେ ପ୍ରଚାର କାର୍ଯ୍ୟକ୍ରମ କରୁଛି।

ସମ୍ବନ୍ଧିତ ଖବର