ଆଦିତ୍ୟ ଗ୍ରୁପ୍‌ର ଦ୍ୱିତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଆଦିତ୍ୟ ମୋଟର୍ସ, ହାଇେଓ୍ଵ ହୋଣ୍ଡା, ଆଦିତ୍ୟ ହୁଣ୍ଡାଇ ଏବଂ ହାଇେଓ୍ଵ ରିଫିଲ୍‌ ଭଳି ସଂସ୍ଥାର ଗ୍ରୁପ୍‌ କଂପାନି ଆଦିତ୍ୟ ଗ୍ରୁପ୍‌ର ଦ୍ୱିତୀୟ ବାର୍ଷିକ ଉତ୍ସବ ‘ଅତୁଲ୍ୟମ୍‌’ ଏହାର ଫୁଲନଖରାସ୍ଥିତ ଆଦିତ୍ୟ ମୋଟର୍ସ ସୋ’ରୁମ୍‌ରେ ପାଳିତ ହୋଇଯାଇଛି। ନିଜର ୬୫ତମ ଜନ୍ମଦିନ ପାଳନ କରିଥିବା ଆଦିତ୍ୟ ଗ୍ରୁପ୍‌ର ଅଧ୍ୟକ୍ଷ ପଦ୍ମ ଚରଣ ପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ତିନି ବ୍ୟବସାୟ ମୁଖ୍ୟ ହରମୋହନ ମହାନ୍ତି, ମନୋଜ କୁମାର ରଥ ଏବଂ ରାଜୀବ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଛି।

ରକ୍ତଦାନ ଶିବିରକୁ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବାର୍ଷିକ ପତ୍ରିକା ଅତୁଲ୍ୟମ୍‌୍‌କୁ ଉନ୍ମୋଚନ କରାଯାଇଛି। କାର୍ଯ୍ୟକ୍ରମରେ ଗ୍ରୁପ୍‌ର ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କୁ ପୁରସ୍କୃତ କରାଯାଇଛି। ଶେଷରେ ଆଦିତ୍ୟ ହୁଣ୍ଡାଇର ସହକାରୀ ଉପସଭାପତି ହରମୋହନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାରେ ସହଯୋଗ କରିିଥିବା ରେଡ୍‌କ୍ରସ୍‌ ସୋସାଇଟି, ଶ୍ରୀ ହସ୍‌ପିଟାଲ୍‌, ଅଗ୍ରଓ୍ଵାଲ୍‌ ଆଇ ହସ୍‌ପିଟାଲ୍‌ ଏବଂ ବାଲାଜୀ ସୁପରସ୍ପେସିଆଲିଟି କ୍ଲନିକ୍‌କୁ ଧନ୍ୟବାଦ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର