ନୂଆଦିଲ୍ଲୀ: ଅକ୍ଟୋବର ୨୯କୁ ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଇ ଆସୁଛି। ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୬୩ ପ୍ରତିଶତ ଲୋକ ଇଣ୍ଟରନେଟ ବ୍ୟବହାର କଲେଣି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଟରନେଟ୍ ବ୍ୟବହାରକାରୀ ଆମେରିକା, ଚୀନ ଓ ଭାରତରେ ରହିଛନ୍ତି। ତେବେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଦେଖିଲେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି।
ଏକ ରିପୋର୍ଟ ଅନୁଯାୟୀ ଚୀନରେ ସର୍ବାଧିକ ୧୦୨ କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିବାବେଳେ ଭାରତରେ ୬୫.୮ କୋଟି ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୩୦.୭୨ କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଏମାନଙ୍କ ପଛକୁ ଇଣ୍ଡୋନେସିଆ ୨୦.୪୭ କୋଟି ସହ ଚତୁର୍ଥ ସ୍ଥାନରେ ଥିବାବେଳେ ବ୍ରାଜିଲ, ରୁଷ୍, ଜାପାନ ଯଥାକ୍ରମେ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୬୯ ମସିହାର ଏହି ଦିନରେ ଆମେରିକାର କାଲିଫର୍ଣ୍ଣିଆରେ ଗୋଟିଏ କମ୍ପ୍ୟୁଟରରୁ ଅନ୍ୟ ଏକ କମ୍ପ୍ୟୁଟରକୁ ଇଲେକ୍ଟ୍ରୋନିକ୍ସ ବାର୍ତ୍ତା ପ୍ରଥମେ ପ୍ରେରଣ କରାଯାଇଥିଲା।