ମୁମ୍ବାଇ: ଆଗାମୀ ଜୁନ୍ ୧ ତାରିଖରୁ ସୁନାକୁ ନେଇ ଦେଶରେ ଏକ ଗୁରୁତ୍ବପୂର୍ଣ୍ଣ ନିୟମ ଲାଗୁ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ ସୁନାର ହଲମାର୍କିଂକୁ ନେଇ ଏହି ନିୟମ ଲାଗୁ ହେବାକୁ ଯାଉଛି। ଏହାସହିତ ଦେଶରେ ଅନେକ ସ୍ଥାନରେ ହଲମାର୍କି ସେଣ୍ଟର୍ ଖୋଲିବାକୁ ଯାଉଛି।
ଆପଣ ଜାଣିଥିବେ ନିଶ୍ଚୟ ଯେ ଏବେ ଦେଶର ୨୫୬ଟି ଜିଲ୍ଲାରେ ହଲମାର୍କିଂ ଅନିବାର୍ଯ୍ୟ ରହିଛି। ଜୁନ୍ ୧ରୁ ଏହା ୨୮୮ ଜିଲ୍ଲାକୁ ବୃଦ୍ଧି ପାଇବାକୁ ଯାଉଛି। ଅର୍ଥାନ ଜୁନ୍ ପହିଲା ପରଠାରୁ ୨୮୮ ଜିଲ୍ଲାରେ ହଲମାର୍କି ଅନିବାର୍ଯ୍ୟ ହୋଇଯିବ। ଅର୍ଥାତ ଦେଶର ଅନ୍ୟ ୩୨ଟି ଜିଲ୍ଲାରେ ନୂତନ ହଲମାର୍କିଂ ସେଣ୍ଟର୍ ଖୋଲାଯିବ।
ଏହି ହଲମାର୍କି ନିୟମ ଲାଗୁ ହେବା ପରେ ସବୁଠାରୁ ଅଧିକ ଫାଇଦାରେ ରହିବେ ଗ୍ରାହକ। ସେମାନେ ନିଜର ୧୪, ୧୮, ୨୦, ୨୨, ୨୩ କ୍ୟାରେଟ୍ ସୁନାକୁ ବଦଳାଇ ହଲମାର୍କ ସୁନାରେ ପରିଣତ କରିବେ। ଏଥିପାଇଁ ସେମାନଙ୍କୁ ବ୍ୟବସାୟୀଙ୍କୁ ଅତିରିକ୍ତ ୩୫ ଟଙ୍କା ଦେବାକୁ ପଡ଼ିବ।
ଗ୍ରାହକଙ୍କ ନିକଟରେ ହଲମାର୍କ ସୁନା ରହିଲେ ଦୋକାନୀ ଆଉ ଏହା କହି ଗ୍ରାହକଙ୍କୁ ଫେରାଇ ଦେଇ ପାରିବେ ନାହିଁ ଯେ ଏ ସୁନା ଆମ ଦୋକାନର ନୁହେଁ। ଏହା ମୁହାଁମୁହିଁ ହେବ ନାହିଁ। ବରଂ ଏଥିପାଇଁ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ହେବ।
ଅଳଙ୍କାର କିଣାବିକା ବେଳେ ସମସ୍ତ ପ୍ରକାରର ସୂଚନା ହଲ୍ମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ପୋର୍ଟାଲରେ ଦେବାକୁ ହେବ। ଏଥିରେ ଗହଣା ତିଆରି କରିଥିବା ଲୋକର ନାମରୁ ନେଇ ଗହଣାର ଓଜନ, ଦାମ ସବୁକିଛି ଉଲ୍ଲେଖ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/e5bc22b1-50e8-4acf-a5be-f411e73ece19.jpg)