ଚେନ୍ନାଇ: ହୁ ହୁ ହୋଇ ବଢ଼ୁଥିବା ପିଆଜ ଦର ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଦେଶର ଅଧିକାଂଶ ସ୍ଥାନରେ ପିଆଜ କିଲୋପିଛା ୧୦୦ରୁ ୧୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ତାମିଲନାଡୁର ମଦୁରାଇରେ ପିଆଜ କିଲୋପିଛା ୨୦୦ଟଙ୍କା ଦରରେ ବିକ୍ରି ହେଉଛି।
The News Minuteପିଆଜ ମୂଲ୍ୟକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା ବେଳେ ଏହି କ୍ରମରେ ତାମିଲନାଡୁର ପଟ୍ଟୁକୋଟ୍ଟଇରେ ମୋବାଇଲ ବିକ୍ରି କରୁଥିବା ଜଣେ ଦୋକାନୀ ସ୍ମାର୍ଟଫୋନ୍ ବିକ୍ରି କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। ଦୋକାନୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମୋବାଇଲ କିଣିଲେ ମାଗଣାରେ ପିଆଜ ଦେବା ପାଇଁ ବିଜ୍ଞାପନ ଦେଇଛନ୍ତି।
The News Minuteଏସ୍ଟିଆଇ ମୋବାଇଲ ଦୋକାନ ଚଳାଉଥିବା ଦୋକାନୀ ଅଧିକାଂଶ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏଣିକି ସ୍ମାର୍ଟଫୋନ୍ କିଣିଲେ ମାଗଣାରେ ପିଆଜ ଦେବା ଅଫର ଦେଇଛନ୍ତି। ଦୋକାନୀ ଘୋଷଣା କରିଛନ୍ତି କି, ଯିଏ ତାଙ୍କ ଦୋକନରୁ ସ୍ମାର୍ଟଫୋନ୍ କିଣିବ, ତାଙ୍କୁ ସେ ଏକ କିଲୋ ପିଆଜ ମାଗଣାରେ ଦେବେ। ଏହି ଘୋଷଣା ପରେ ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ବି ମିଳୁଛି। ଯେଉଁ ଗ୍ରାହକମାନଙ୍କ ନୂଆ ସ୍ମାର୍ଟଫୋନ୍ କିଣିବାର ଅଛି ସେମାନେ ଏହି ଦୋକାନୀଙ୍କ ଦୋକାନରେ ଭିଡ ଜମାଇ ନୂଆ ସ୍ମାର୍ଟଫୋନ୍ କିଣି ଗୋଟିଏ କିଲୋ ପିଆଜକୁ ମାଗଣାରେ ନେଇ ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Onion-free_thumb.jpg)