ଆପ୍ଟି ପ୍ଲସ୍‌ ଆଇଏଏସ୍‌ ଏକାଡେମିରେ ସେମିନାର

ଭୁବନେଶ୍ବର : ଆପ୍ଟି ପ୍ଲସ୍ ଆଇଏଏସ ଏକାଡେମିରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ଆପ୍ଲି ପ୍ଲସର ଛାତ୍ର ୟୁପିଏସସି-୨୦୨୧ରେ ୫୦ତମ ସ୍ଥାନରେ ଥିବା ଅଭିଜିତ ରାୟ ଓ ଆୟକର ବିଭାଗର ଆସିଷ୍ଟାଣ୍ଟ୍ କମିସନର ମନୋରଂଜନ ବେହେରା ଯୋଗ ଦେଇଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ କିଭଳି ସଫଳ ହେବ ବିଷୟ ଉପରେ ଆଲୋଚନା ହୋଇଥିଲା।

ଶ୍ରୀ ରାୟ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରସ୍ତୁତି ଶୈଳୀ ଓ ଯାତ୍ରା ସଂପର୍କରେ ଆଲୋଚନା ସହିତ କେମିତି ଉପାୟରେ ପ୍ରସ୍ତୁତି କରିବା ଦ୍ବାରା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଆପ୍ଟି ପ୍ଲସର ପୂର୍ବତନ ଛାତ୍ର ଶ୍ରୀ ବେହେରା ମଧ୍ୟ ଛାତ୍ରଛାତ୍ରୀଙ୍କ ସହିତ ନିଜର ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ। ସେମିନାରରେ ଆପ୍ଟି ପ୍ଲସର ନିର୍ଦ୍ଦେଶକ ଡ. ସୁସଜିତ ସାହୁ ଓ ଆପ୍ଟି ପ୍ଲସର ବରିଷ୍ଠ ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ରାୟ କେତେକ ପ୍ରଶ୍ନର ଉତ୍ତର ଲେଖିବାକୁ ଦେଇଥିଲେ ଏବଂ ସେଗୁଡ଼ିକର ମୂଲ୍ୟାୟନ କରିଥିଲେ। ଉଲ୍ଲେଖଯୋଗ୍ୟ, ଆପ୍ଟି ପ୍ଲସରେ ୨୦୨୩ ବ୍ୟାଚ ପାଇଁ ନାମଲେଖା ଚାଲିଛି। ଉଭୟ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ଆପ୍ଟି ପ୍ଲସରେ କୋଚିଂର ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର