ଭୁବନେଶ୍ବର: ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟରେ ‘ମିଟିଂ ଦି କଷ୍ଟମର ଡିମାଣ୍ଡ୍-ବିଲ୍ଡିଂ ଏ ରେସ୍ପନସିଭ ସପ୍ଲାଏଚେନ୍’ ଶୀର୍ଷକ ଜାତୀୟ ମାର୍କଲଜିଷ୍ଟିକ ସେମିନାର ଅନୁଷ୍ଠିତ ହୋଇଯାଇଛି। ନାଲକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆର୍.ଏନ୍. ମହାପାତ୍ର ଏହାକୁ ଉଦ୍ଘାଟନ କରିଥିଲେ। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ ପ୍ରଫେସର ଡ. ବିଶ୍ବଜିତ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଓମାର୍ଟ ଗ୍ରୋସରିର ସିଇଓ କାମଦେବ ମହାନ୍ତି, ଓରିକ୍ଲିନ୍ର ଏମ୍ଡି ବିସି ମହାନ୍ତି ଯୋଗଦେଇ ପରିବହନ ଶୃଙ୍ଖଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଉପ କୁଳାଧ୍ୟକ୍ଷ ଡ. କଲ୍ୟାଣ ଶଙ୍କର ରାୟ ଓ ଉପକୁଳପତି ପ୍ରଫେସର ଡ. ଫାଲଗୁ ନିରଞ୍ଜନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟରେ ସେମିନାର୍
/sambad/media/post_attachments/wp-content/uploads/2023/01/654sfh654f6546fhfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)