ଭୁବନେଶ୍ୱର: ଶକ୍ତି ସଂରକ୍ଷଣ ଏବଂ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଅକ୍ଷୟ ଶକ୍ତି ଉତ୍ସର ବ୍ୟବହାର ସଂକ୍ରାନ୍ତରେ ଏକ ଜାତୀୟସ୍ତରର ଆଲୋଚନାଚକ୍ର ଭୁବନେଶ୍ୱରରେ ଚଳିତମାସ ୨୬ ଓ ୨୭ରେ ଅନୁଷ୍ଠିତ ହୋଇଯାଇଛି। ନ୍ୟାଚୁରାଲ ରିସୋର୍ସେସ୍ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଭିନ୍ନ ଶିଳ୍ପ ସଂସ୍ଥା, ବୈଷୟିକ ପ୍ରତିଷ୍ଠାନ, ଗବେଷଣାଗାର ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମାନଙ୍କରୁ ବିଶେଷଷଜ୍ଞମାନେ ଯୋଗଦେଇଥିଲେ।
ଏହି ଆଲୋଚନାଚକ୍ରରେ ସିଏସ୍ଆଇଆର୍ର ପୂର୍ବତନ ମହା ନିର୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ଜେନା ସଭାପତିତ୍ୱ କରିଥିଲେ। ଟାଟା ଷ୍ଟିଲ କମ୍ପାନି, ଗୋପାଳପୁର ପ୍ରକଳ୍ପର ଅଧ୍ୟକ୍ଷ ତଥା ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏହି ଆଲୋଚନାଚକ୍ରରେ ଏନ୍ଆଇଟି ରାଉରକେଲାର ପୂର୍ବତନ ନିର୍ଦେଶକ ପ୍ରଫେସର ଜି. କେ. ରଏ ସ୍ୱାଗତ ଭାଷଣ ଦେଇଥିଲେ। ଆଇଏଟିଇଏସ୍ର ପ୍ରୋଗ୍ରାମ ଡାଇରେକ୍ଟର ଡ. ଏ. କେ. ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।